ଭାଙ୍ଗି ଯିବ କି ଧୋନିଙ୍କ ସ୍ୱପ୍ନ ?

ନୂଆଦିଲ୍ଲୀ: ଥରେ ନୁହେଁ, ତିନି ତିନି ଥର IPL ଚାମ୍ପିୟନ୍ସ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ୍‌ (Chennai Super Kings) ଟିମ୍‌କୁ ଏଥର ଖୁବ ସଂଘର୍ଷ କରିବାକୁ ପଡୁଛି। ଗୋଟିଏ ପରେ ଗୋଟିଏ ୪ଟି ମ୍ୟାଚ ହାରିବା ପରେ ଜିତିବା ଆଶା ଆସ୍ତେ ଆସ୍ତେ ଦୂରେଇ ଯାଉଛି। କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ(CSK)କୁ  ୧୦ ରନ୍‌ରେ ହରାଇଛି।  CSK ଟିମ୍‌ ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ୬ଟି ମ୍ୟାଚ୍ ଖେଳି ସାରିଲାଣି। ଏଥିରୁ ୪ଟି ମ୍ୟାଚରେ ପରାଜୟକୁ  ସାମ୍ନା କରିଛି ଟିମ୍‌। ଏହାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ତେବେ ଏଥର ଚାମ୍ପିୟନ ହେବାର ସ୍ୱପ୍ନ ଧୋନିଙ୍କର କ’ଣ ମଉଳିଯିବ  ?

୮ଟିମ୍‌ର ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଟିମ୍‌କୁ ୧୪-୧୪ ମ୍ୟାଚ ଖେଳିବାକୁ ପଡ଼ିବ। ଅର୍ଥାତ୍‌ ପ୍ରତ୍ୟେକ ଟିମ୍‌କୁ ପରସ୍ପର ବିରୋଧରେ ୨ଟି ଲେଖାଏ ମ୍ୟାଚ୍ ଖେଳିବାକୁ ପଡ଼ିବ। ପଏଣ୍ଟ ଟେବୁଲ୍‌କୁ ଦେଖିଲେ ଜଣାପଡେ, ବର୍ତ୍ତମାନ ସୁଦ୍ଧା CSK ସର୍ବାଧିକ ୬ଟି ମ୍ୟାଚ ଖେଳି ସାରିଲାଣି। ୨ଟି ମ୍ୟାଚ୍‌ରେ ଜିତି ଟେବୁଲ୍‌ର ୫ମ ସ୍ଥାନରେ ରହିଛି। ଧୋନି ଟିମ୍‌ରେ ଏବେ ଆଉ ୮ଟି ମ୍ୟାଚ ଖେଳିବାର ଅଛି। ତାଲିକାରେ ରହିବା ପାଇଁ ଧୋନି ଟିମ୍‌କୁ ଅତି କମ୍‌ରେ ଆଉ ୬ଟି ମ୍ୟାଚ ଜିତିବାକୁ ପଡ଼ିବ। ଏହା ବ୍ୟତୀତ ଆଗକୁ ଯାତ୍ରା କରିବା ପାଇଁ CSKକୁ ଅନ୍ୟ ଟିମ୍‌ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ। ତେବେ ବର୍ତ୍ତମାନ ସ୍ଥିତି ଦେଖିଲେ CSK ଟିମ୍‌ ପାଇଁ ଆଗକୁ ଯିବା ଏତେ ସହଜ ନୁହେଁ।

ତେବେ ସଫଳତାର ଝଲକ ବି  ଦେଖିବାକୁ ମିଳିଛି। କାରଣ ଟିମ୍‌କୁ ଫେରିବାର କଳା ଏମିତିରେ ଧୋନିଙ୍କୁ ବେଶ ଜଣା। ୨୦୧୦ ସିଜିନକୁ ମନେ ପକେଇଲେ ଏକଥା ଅନୁମାନ କରିହେବ। ଆରମ୍ଭରୁ ଟିମ୍‌ ଲଗାତାର ମ୍ୟାଚ ହାରୁଥିଲା। ହେଲେ ଆଇପିଏଲରୁ ବାହାରିବା ବିପଦ ଯେମିତି ପାଖେଇ ଆସିଲା ଧୋନି ନିଜ ଦମ୍‌ରେ ଟିମ୍‌କୁ ଶେଷ ପର୍ଯ୍ୟନ୍ତ ନେଇ ଚାମ୍ପିୟନ କରାଇଥିଲେ। ଚେନ୍ନାଇ ସାମ୍ନାରେ କିଙ୍ଗସ ଇଲେଭେନ ବିରୋଧରେ ‘କର ବା ମର’ ପରିସ୍ଥିତି ଥିଲା। ଧୋନି ଏହି ମ୍ୟାଚ୍‌ରେ ଇରଫାନ ପଠାନଙ୍କ ଗୋଟିଏ ଓଭରରେ ୪, ୨, ୬, ୬ ରନ ନେଇ ଚେନ୍ନାଇର ସ୍ଥିତିକୁ ମଜବୁତ୍‌ କରିଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚେନ୍ନାଇ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଥିଲା।

ଅବଶ୍ୟ ଏବେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି। ୩୯ ବୟସ୍କ ଧୋନି ଶେଷ ଓଭରରେ ବି ନିଜ ଟିମ୍‌କୁ ମ୍ୟାଚ୍‌ ଜିତିବାର ସ୍ୱାଦ ଦେଇ ପାରୁନାହାନ୍ତି। ସେ ତାଙ୍କର ବ୍ୟାଟିଂ ପୋଜିସନ୍‌ ବି ବଦଳାଇଛନ୍ତି। ହେଲ ବର୍ତ୍ତମାନ ସୁଦ୍ଧା ମ୍ୟାଚ୍‌ ୱିନର ହୋଇ ପାରିନାହାନ୍ତି।

ସୂଚନାଥାଉ କି, ଚଳିତବର୍ଷ  ଅଗଷ୍ଟ ୧୫ ତାରିଖ ଧୋନି କ୍ରିକେଟରୁ ସନ୍ୟସ ନେବା ଘୋଷଣା କରିଥିଲେ। ତେବେ ଆଇପିଏଲ ଖେଳିବେ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ….

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

You might also like