ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତି ୩ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ପ୍ରଥମ ଟି-୨୦ର ବଦ୍‌ଲା ଦ୍ୱିତୀୟ ମ୍ୟାଚ୍‌ରେ ନେଲା ଭାରତ । ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦କୁ ସାନ୍‌ଦାର ଷ୍ଟାଇଲରେ ଜିତି ନେଇଛି ଭାରତ । ଇଂଲଣ୍ଡ ବିରୋଧରେ ୭ ଓ୍ୱିକେଟରେ ବିଜୟୀ ହୋଇଛି ଦଳ ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୬୫ ରନ୍‌ର ଟାର୍ଗେଟ୍ ରଖିଥିଲା ଇଂଲଣ୍ଡ । ତେବେ ଏହି ଟାର୍ଗେଟକୁ ମାତ୍ର ୩ ଓ୍ୱିକେଟରେ ହରାଇ ହାସଲ କରି ନେଇଥିଲା ବିରାଟ ବାହିନୀ।  ୪୯ ବଲ ଖେଳି ଅପରାଜିତ ୭୩ ରନ୍ କରିଥିଲେ ଅଧିନାୟକ କୋହଲି । ସେହିଭଳି ଡେବ୍ୟୁ ମ୍ୟାଚ୍ରେ ମାତ୍ର ୩୨ ବଲ୍‌ରୁ ୫୬ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିଲେ ଈଶାନ କିଶନ ଏହି ମ୍ୟାଚ୍‌କୁ ଜିତିଥିଲେ। ଏହା ପରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ବରାବର ସ୍ଥିତିକୁ ଆଣିଛି ଭାରତ।

ଉଲ୍ଲେଖଥାଉ କି, ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ଇନିଂସରେ ତିନୋଟି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚ୍‌ ପରେ ବିରାଟ କୋହଲି ସବୁଠାରୁ ଦ୍ରୁତ  ୧୨ ହଜାର ରନ୍‌ କରିଥିବା କ୍ୟାପ୍‌ଟେନ୍‌ର ମାନ୍ୟତା ପାଇଛନ୍ତି। ପୂର୍ବରୁ ଏହି ରକେର୍ଡ ରିକି ପଟିଂଙ୍କ ନାମରେ ଥିଲା। ସେ ୨୮୨ ବାରିରେ ଏହି ସ୍କୋର କରିଥିଲେ। କୋହଲି ଇଣ୍ଟରନାଶନାଲ କ୍ରିକେଟରେ ୧୨ ହଜାର ରନ୍‌ କରିଥିବା ପ୍ରଥମ ଭାରତୀୟ ଖେଳାଳି। ଏହା ପୂର୍ବରୁ ସବୁଠାରୁ ଅଧିକ ୧୧, ୨୦୭ ରନ୍‌ କରି ଧୋନି ଏହି ରକେର୍ଡ କରିଥିଲେ। କୋହଲି ୨୨୬ ବାରିରେ ୧୨ ହଜାର ରନ୍‌ କରିଛନ୍ତି।

କୋହଲି ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି।ଟି-୨୦ରେ ସେ ଆଉ ଏକ ଅର୍ଦ୍ଧଶତକ କରିଛନ୍ତି। ଟି-୨୦ରେ ତାଙ୍କର ଅର୍ଦ୍ଧଶତକ ସଂଖ୍ୟା ୨୬ ଛୁଇଁଲା। ଏବେ ସେ ରୋହିତ ଶର୍ମାଙ୍କଠାରୁ ଆଗରେ ଅଛନ୍ତି। ଏହା ପୂର୍ବରୁ ଟି-ଟୋଣ୍ଟିରେ ରୋହିତ ଶର୍ମା ୨୫ଟି ଅର୍ଦ୍ଧଶତକ କରି ରେକର୍ଡ କରିଥିଲେ।

ଏହା ପୂର୍ବରୁ କୋହଲି ଅହମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନିଜର ୩୦୦୦ ଟି-୨୦ ଇଣ୍ଟରନାଶନାଲ ରନ୍‌ ପୂରା କରିଛନ୍ତି। ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଯିଏ ଟି-ଟୋଣ୍ଟି କ୍ରିକେଟରେ ଏହି ସଂଖ୍ୟା ଛୁଇଁ ପାରିଛନ୍ତି। ପୂର୍ବରୁ ଟି-ଟୋଣ୍ଟିରେ ୧୦୦୦ ରନ୍‌ ବ୍ରେନ୍‌ଡନ୍‌ ମାକ୍କଲମ୍‌ ୨୦୧୦ରେ ପୂରା କରିଥିଲେ। ୨୦୧୪ରେ ମାକ୍କଲମ୍ ୨୦୦୦ ଅଙ୍କ ଛୁଇଁଥିଲେ।

ମ୍ୟାଚ୍‌ ଜିତିବା ପରେ ବିରାଟ ଏହାର ଶ୍ରେୟ ଟିମ୍‌ ଇଣ୍ଡିଆର ବୋଲରଙ୍କୁ ଦେଇଛନ୍ତି। ସେ ୱାଶିଂଟନ ସୁନ୍ଦର, ସାର୍ଦ୍ଦୁଳ ଠାକୁର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ଏଥିସହିତ ଡେବ୍ୟୁ କରିଥିବା ଇଶାନ କିଶାନଙ୍କ ବୋଲିଂଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଇଶାନଙ୍କର ଆକ୍ରମଣାତ୍ମକ ଖେଳକୁ ସେ ପସନ୍ଦ କରିଛନ୍ତି।

You might also like