ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ- ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍‌ ନୁହେଁ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ ବୋଲିଂରେ ସହଯୋଗ କରୁନହାନ୍ତି ତେବେ ତାଙ୍କୁ କ୍ରିକେଟର ଛୋଟ ଫର୍ମାଟରେ ମଧ୍ୟ ସାମିଲ କରାଯିବା ଉଚିତ୍‌ ନୁହେଁ ।

୨୦୧୯ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିର ସର୍ଜରୀ ହୋଇଥିଲା । ସେବେଠାରୁ ସେ ନିୟମିତ  ଭାବେ ବୋଲିଂ କରୁ ନାହାଁନ୍ତି । ଖାଲି ସେତିକି ନୁହେଁ, ଦଳ ତାଙ୍କର ଅଲରାଉଣ୍ଡର ଦକ୍ଷତାରୁ ମଧ୍ୟ ଲାଭ ପାଇପାରୁ ନାହିଁ । ଏହି କାରଣରୁ ସେ ଇଂଲଣ୍ଡ ଗସ୍ତରେ ଯାଉଥିବା ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇ ନାହାଁନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ପରେ ସାରନଦୀପଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେବେ ଫୃଥ୍ୱୀ ଶା’ଙ୍କୁ ଭାରତୀୟ ଟିମ୍‌ର ଇଂଲଣ୍ଡ ଗସ୍ତରେ ସାମିଲ କରାନଯିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ସେ କହିଛନ୍ତି ।

ଭାରତୀୟ ଦଳର ପୂର୍ବତନ ସ୍ପିନର ସରନଦୀପ ଏକ ନ୍ୟୁଜ୍‌ ଏଜେନ୍ସିକୁ କହିଛନ୍ତି ଯେ, ଚୟନକର୍ତ୍ତାମାନେ ହାର୍ଦ୍ଦିକଙ୍କୁ ଟେଷ୍ଟ ଦଳରେ ସାମିଲ ନକରିବା ନିଷ୍ପତ୍ତି ପଛର କାରଣ ବୁଝା ପଡ଼ୁଛି । ଅସ୍ତ୍ରୋପଚାର ପରଠାରୁ ସେ ନିୟମିତ ଭାବେ ବୋଲିଂ କରିନାହାଁନ୍ତି ମୁଁ ଭାବୁଛି ତାଙ୍କୁ ଛୋଟ ଫର୍ମାଟରେ ଖେଳିବାକୁ ହେଲେ, ଦିନିକିଆରେ ଅତିକମ୍‌ରେ ୧୦ ଓଭର ଏବଂ ଟି-ଟ୍ୱେଣ୍ଟିରେ ୪ ଓଭର ବୋଲିଂ କରିବାକୁ ପଡ଼ିବ । ଯେଉଁଥିପାଇଁ ସେ ଫିଟ୍‌ ନୁହଁନ୍ତି । ସେ କେବଳ ବ୍ୟାଟ୍ସମ୍ୟାନ୍‌ ଭାବେ ଦଳରେ ଖେଳିପାରିବେ ନାହିଁ ।

ହାର୍ଦ୍ଦିକ ବୋଲିଂ ନକରିବାରୁ ଦଳର କ୍ଷତି ହେଉଛି

ସରନଦୀପ ସିଂ ଆହୁରି କହିଛନ୍ତି ଯେ, ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକରନ୍ତି ତେବେ ଏହା ଟିମ୍ ଇଣ୍ଡିଆ ପାଇଁ କ୍ଷତି ହେବ । ‘ଯଦି ହାର୍ଦ୍ଦିକ ବୋଲିଂ କରନ୍ତି ନାହିଁ, ତେବେ ଏହା ଦଳର ସନ୍ତୁଳନକୁ ଅନେକ ପ୍ରଭାବିତ କରିପାରେ । ତାଙ୍କ ବଦଳରେ ଆଉ ଜଣକୁ ଦଳରେ ବୋଲର ଭାବେ ସାମିଲ କରିବାକୁ ହେବ । ଯାହାଦ୍ୱାରା ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ବାହାରେ ବସିବାକୁ ପଡିବ । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଏହାର ପ୍ରଭାବ ଦେଖାଯାଇଛି । ଭାରତୀୟ ଟିମ୍‌ ବୋଲିଂରେ କେବଳ ପାଞ୍ଚଟି ବିକଳ୍ପ ସହିତ ମଇଦାନକୁ ଓହ୍ଲାଇପାରିବା ନାହିଁ ବୋଲି ସରନଦୀପ କହିଛନ୍ତି ।

ସରନଦୀପ ଆହୁରି କହିଛନ୍ତି ଯେ, ‘ଏବେ ଦଳରେ ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁରଙ୍କ ଭଳି ଅଲରାଉଣ୍ଡର ରହିଛନ୍ତି । ସେମାନେ ଏହା ମଧ୍ୟ ପ୍ରମାଣ କରି ଦେଖାଇଛନ୍ତି ଯେ, ଯଦି ହାର୍ଦ୍ଦିକ ପାଣ୍ଡିଆ ବୋଲିଂ କରୁନାହାନ୍ତି ତେବେ ସେମାନେ ଏହି କାମକୁ ସହଜରେ କରିପାରିବେ ।

You might also like