IPL 2020: ହାରିବା ପରେ ବିରାଟଙ୍କୁ ଟାର୍ଗେଟ କଲେ ଗମ୍ଭୀର, କହିଲେ….

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଆଇପିଏଲ କପ୍‌ ଜିତିବା ସ୍ୱପ୍ନ ଧଳିସାତ୍‌ ହୋଇଯାଇଛି। ଶୁକ୍ରବାର ଏଲିମିନେଟର ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ RCBକୁ ଅତି ସହଜରେ ହରାଇ ଦେଇଛି। ବିରାଟ  ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ୍‌ କରିପାରିଥିବାବେଳେ ଉତ୍ତରରେ ସନରାଇଜର୍ସ ୬ ଉଇକେଟରେ ଜିତି ଯାଇଛି।

RCBର ପରାଜୟ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟଙ୍କ କ୍ୟାପ୍‌ଟେନ୍‌ସିପ ଏବଂ ଟିମ୍‌ ଉପରେ ବଷିଁଛନ୍ତି। ସେ କହିଛନ୍ତି ପ୍ଲେ ଅଫ୍‌ରେ ପହଞ୍ଚିବାର ଯୋଗ୍ୟତା ମଧ୍ୟ ଏହି ଟିମ୍‌ର ନାହିଁ। ଏହାଛଡ଼ା RCB ବିରାଟ କୋହଲିଙ୍କୁ କ୍ୟାପ୍‌ଟେନ ଦାୟିତ୍ୱରୁ ହଟାଇ ଆଉ କାହାକୁ ଦେବା କଥା ଚିନ୍ତା କରିବା ଉଚିତ୍‌।

ଏକ ସ୍ପୋର୍ଟସ ନିଉଜ ୱେବସାଇଟ୍‌କୁ ସାକ୍ଷାତ ଦେଇ ଗମ୍ଭୀର କହିଛନ୍ତି, RCB ଏବେ ତାର କ୍ୟାପ୍ଟେନ ବଦଳାଇବା ଦିଗ ପ୍ରତି ଧ୍ୟାନ ଦେବା ଊଚିତ୍‌। କାରଣ ସମସ୍ୟା ଏଠି ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଛି। ବିନା ଟ୍ରଫିରେ ୮ ବର୍ଷ ! ଅନ୍ୟ କ୍ୟାପ୍‌ଟେନ କିମ୍ବା ଖେଳାଳିଙ୍କୁ ବିନା ଟ୍ରଫିରେ ଏଠି ରଖନ୍ତି ନାହିଁ। ଏହା ଦାୟିତ୍ୱର କଥା।

ଗମ୍ଭୀର ବିରାଟଙ୍କ ନାଁ ନ  ନେଇ କହିଛନ୍ତି, ଯେପର୍ଯ୍ୟନ୍ତ ହାର୍‌ପାଇଁ ଲିଡରସିପ୍‌ ନିଜକୁ ଦାୟୀ ନ କରିବ ସେ ନପର୍ଯ୍ୟନ୍ତ ଏମିତି ଚାଲିବ। ପ୍ରତିବର୍ଷ କୋଚ୍‌ ବଦଳା ଯାଉଛି। କିନ୍ତୁ ସମସ୍ୟା ଅନ୍ୟ କେଉଁଠି ରହିଛି।

ପୂର୍ବତନ କ୍ରିକେଟର ମଞ୍ଜେରକର ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପ୍ଲେଅଫରେ ପହଞ୍ଚିବା କୌଣସି ବଡ଼ କଥା ନୁହେଁ। କାରଣ ୮ ଟିମ୍‌ରୁ ୪ଟିମ୍‌ ପ୍ଲେଅଫ ପାଇଁ କ୍ୱାଲିଫାଏ କରନ୍ତି। ୫୦ ପ୍ରତିଶତ ଟିମ୍‌କୁ ପ୍ଲେଅଫରେ ସ୍ଥାନ ମିଳିଥାଏ।  RCBର  ସମସ୍ୟା ହେଉଛି, ଏହି ଟିମ୍‌ ୫ଟି ମ୍ୟାଚ ଜିତିଛି ଏବଂ ୫ଟି ହାରିଛି। ଏ ଦିଗରେ ଅଧିକ ଧ୍ୟାନ ଦେବା ଉଚିତ୍‌।

 

You might also like