ଆଜି ଠାରୁ ଆରମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଭାରତରୁ ଭାଗନେଉଛନ୍ତି ୨୨୭ ଖେଳାଳି, ଓଡ଼ିଶାରୁ ୮

ଭୁବନେଶ୍ୱର/ଗୋଲ୍ଡ କୋଷ୍ଟ : ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା। ଆଜି ଏହାର ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ। ଆସନ୍ତାକାଲିଠୁ ଆରମ୍ଭ ହେବ ଇଭେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ପତାକା ଧରିବେ ବ୍ୟାଡମିଣ୍ଟନ କୁଇନ୍ ପି.ଭି ସିନ୍ଧୁ।

ଚଳିତ ବର୍ଷ ଭାରତରୁ ୨୨୭ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ୮ ଜଣ ଭାଗ ନେଉଛନ୍ତି। ଓଡ଼ିଶାରୁ ପୁରୁଷ ହକିରେ ଅମିତ୍ ରୋହିଦାସ ପ୍ରତିନିଧିତ୍ୱ କରୁଥିବା ବେଳେ ମହିଳା ହକିରେ ନିଳିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ସୁନୀତା ଲାକ୍ରା ଭାଗ ନେଉଛନ୍ତି। ସେହିପରି ଜିମ୍ନାଷ୍ଟିକ୍‌ରେ ରାକେଶ ପାତ୍ର ଏବଂ ଆଥ୍‌ଲେଟିକ୍ସରେ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଭାଗ ନେଉଛନ୍ତି।

You might also like
Comments
Loading...