ଦେଶ ପାଇଁ ଗୌରବ ଆଣିଲେ ଦୂତୀ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଦେଢ଼ କୋଟି

ଭୁବନେଶ୍ୱର: ଚଳିତ ଏସିଆନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ଦେଢ଼ କୋଟି ଟଙ୍କା ଦିଆଯିବ।

ମୁଖ୍ୟମନ୍ତ୍ରୀ ଆଜି ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି।

odisha

ଦୀର୍ଘ ୨୦ ବର୍ଷ ପରେ ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଗୌରବ ଆଣିଛନ୍ତି ଦୂତୀ। ତା’ପୂର୍ବରୁ ୧୯୯୮ ଏସିଆନ୍ ଗେମ୍ସରେ ଓଡ଼ିଆ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ ବ୍ରୋଞ୍ଜ ପଦକ ଜିତିଥିଲେ।

ଇଣ୍ଡୋନେସିଆ ଜାକର୍ତ୍ତାରେ ଖେଳାଯାଉଥିବା ୨୦୧୮ ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ଗତାକାଲି ଦୂତୀ ରୌପ୍ୟ ପଦକ ହାସଲ କରିଥିଲେ । ୧୧.୩୨ ସେକେଣ୍ଡରେ ୧୦୦ ମିଟରର ଦୂରତା ଅତିକ୍ରମ କରି ଦୂତୀ ଚାନ୍ଦ ରୌପ୍ୟ ପଦକ ହାସଲ କରିଥିଲେ । ୨୦୧୮ ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଆଥଲେଟ୍  ଭାବରେ ଦୂତୀ ପଦକ ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

You might also like