‘ମାଇଁ ହାର୍ଟ ବିଟ୍‌ସ ଫର ହକି’ କ୍ୟାମ୍ପେନିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ହକି। ଏଥିଲାଗି ଅାଜିଠୁ ଅାରମ୍ଭ ହୋଇଛି ୯୦ ଦିନିଅା କାଉଣ୍ଟଡାଉନ୍। ‘ମାଇଁ ହାର୍ଟ ବିଟ୍ସ ଫର ହକି’ ନାଁରେ ଏହି  କ୍ୟାମ୍ପେନିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ବିଶ୍ୱକପ୍ ଲାଗି ଅାଜିଠୁ ବିଧିବଦ୍ଧ ପ୍ରମୋସନ ମଧ୍ୟ ଅାରମ୍ଭ ହୋଇଛି। ଲଣ୍ଡନ, ବେଙ୍ଗାଲୁରୁ,ପୁଣେ, ଦିଲ୍ଲୀ ଓ ମୁମ୍ବାଇ ପରେ ଓଡ଼ିଶାରେ ଅାରମ୍ଭ ହୋଇଛି ପ୍ରଚାର ଅଭିଯାନ। ତାସହିତ ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ସଜାଇବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଅାଯାଇଛି।

ଏପଟେ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ଉନ୍ନତିକରଣ କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛି ହକି ଇଣ୍ଡିଅା।  ସେହିପରି ବିଶ୍ୱକପ୍‌ର ପ୍ରମୋସନ ଲାଗି ରାଜ୍ୟବ୍ୟାପୀ ବିଶ୍ୱକପ୍ ଟ୍ରଫି ଓ ଏକ ସ୍ୱତନ୍ତ୍ର ଧରଣର ହକି ଷ୍ଟିକ୍‌ର ଟୁର୍ କରାଯିବ। ସେପଟେ ବିଶ୍ୱକପ୍ ସମୟରେ ହୋଟେଲ ରୁମ୍ ଅଭାବ ସ୍ଥିତି ଦେଖାଦେବା ନେଇ  ଓଟିଭିରେ ଖବର ପ୍ରସାରଣ ପରେ ତତ୍ପର ହୋଇଛନ୍ତି ଅାୟୋଜକ। ଦର୍ଶକଙ୍କୁ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ରୁମ୍ ବ୍ୟବସ୍ଥା କରିବା ପାଇଁ OYO ସହ ରାଜିନାମା କରିଛି କ୍ରୀଡ଼ା ବିଭାଗ।

You might also like