ଦୂତୀଙ୍କୁ ଅାଉ ଦେଢ଼ କୋଟି ଦେବେ ରାଜ୍ୟ ସରକାର

୨ଶହ ମିଟରରେ ରୌପ୍ୟ ପାଇବା ପରେ ପୁରସ୍କାର

ଭୁବନେଶ୍ୱର : ଦୂତୀଙ୍କୁ ଅାଉ ଦେଢ଼ କୋଟି ଟଙ୍କା ପୁରସ୍କାର ଦେବେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହ ଦୂତୀଙ୍କ ଅଲିମ୍ପିକ ପ୍ରସ୍ତୁତି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜାକର୍ତ୍ତା ଏସିଅାଡ୍‌ରେ ୨ଶହ ମିଟରରେ ରୌପ୍ୟ ପାଇବା ପରେ ଏହି ପୁରସ୍କାର ଘୋଷଣା କରାଯାଇଛି।  ପୂର୍ବରୁ ମଧ୍ୟ ଦେଢ କୋଟି ଟଙ୍କା ଦେବାପାଇଁ ଘୋଷଣା ହୋଇଥିଲା। ୧୦୦ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ପାଇବା ପରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଘୋଷଣ କରିଥିଲେ।

ଗତକାଲି ଜାକର୍ତ୍ତା ଏସିଅାଡ୍‌ରେ ୨୦୦ ମିଟର ଦୌଡକୁ ସେ ୨୩. ୨୦ ସେକେଣ୍ଡରେ ଅତିକ୍ରମ କରି ରୌପ୍ୟ ପଦକ ହାସଲ କରିଥିଲେ।

ଏହାସହ ମଧ୍ୟ ପଢନ୍ତୁ :  ଦେଶ ପାଇଁ ଗୌରବ ଆଣିଲେ ଦୂତୀ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଦେଢ଼ କୋଟି

You might also like