ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

ଦୁବାଇ: କରୋନା ମହାମାରୀ ଯୋଗୁ ଏଥର ଭାରତ ବଦଳରେ ୟୁଏଇରେ ଖେଳାଯାଉଛି ଆଇପିଏଲର ୧୩ଶ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଅର୍ଥାତ୍ ରବିବାର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ତେବେ ମ୍ୟାଚ୍ ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଅଫିସିଆଲ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ବସ୍ ଭିତରେ ଭୋଜପୁରୀ ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି।

ମ୍ୟାଚ୍ ପାଇଁ ବସ୍ ଷ୍ଟାଡିୟମ ଅଭିମୁଖେ ଯାଉଥିବା ବେଳେ ଗେଲ୍ ସାଥୀ ଖେଳାଳିଙ୍କ ସହ ଖୁବ୍ ଡାନ୍ସ କରିଥିଲେ। ଲୋକପ୍ରିୟ ଭୋଜପୁରୀ ଗୀତ ‘ରାଜା, ରାଜା, ରାଜା କରେଜା ମେ ସମା ଜା… ତାଳରେ ଗେଲ ନିଜକୁ ରୋକିପାରିନଥିଲେ। ତେବେ ଏହି କ୍ୟାରିବିୟାନ୍ ଖେଳାଳିଙ୍କୁ ପ୍ରଥମଥର ଲାଗି ହିନ୍ଦି କିମ୍ବା ଭୋଜପୁରୀ ଗୀତରେ ମଜା କରୁଥିବାର ଦେଖିବାକୁ ମିଳିନାହିଁ। ଏହା ପୂର୍ବରୁ ମଧ୍ୟ ମ୍ୟାଚ୍ ସମୟରେ କିମ୍ବା ମ୍ୟାଚ୍ ପୂର୍ବରୁ ଗେଲଙ୍କୁ ଭାରତୀୟ ସଂଗୀତର ଖୁବ୍ ମଜା ଉଠାଇବାର ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଗେଲ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ଯାହାକୁ ନେଇ ପ୍ରଶଂସକଙ୍କ ମନରେ ନିରାଶ ଖେଳିଯାଇଛି। ତେବେ ପରବର୍ତ୍ତୀ ମ୍ୟାଚରେ ହୁଏତ ଗେଲଙ୍କୁ ସୁଯୋଗ ମିଳିବା ନେଇ ପ୍ରଶଂସକ ଆଶାବାଦୀ ଅଛନ୍ତି।

ଆହୁରି ପଢ଼ନ୍ତୁ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

You might also like