IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଆବୁଧାବି: ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇର ଚମକପ୍ରଦ ବିଜୟ ହାସଲ କରିଛି । କୋଲକତା ନାଇଟ୍ ରାଇଡର୍ସ(KKR) କୁ ୬ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ।  ଶେଷ ଓଭରର ଶେଷ ୨ ବଲ୍‌ରେ ୨ଟି ଛକା ମାରି କେକେଆରଠୁ ମ୍ୟାଚ ଛଡାଇ ନେଇଥିଲେ ରବୀନ୍ଦ୍ର ଜାଡେଜା ।

ଶେଷ ୨ ଓଭରରେ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିବା ବେଳେ ଜାଡେଜା ୧୧ ବଲ୍‌ରେ ଧୂଆଁଧାର ୩୧ ରନ୍ କରି ଦଳକୁ ବିଜୟୀ କରାଇଥିଲେ । କେକେଆର ପ୍ରଥମେ ବ୍ୟାଟିଂ କରି ନୀତିଶ ରାଣାଙ୍କ ୮୭ ରନ୍ ସହାୟତାରେ ଚେନ୍ନାଇ ଆଗରେ ୧୭୩ ରନ୍ ଟାର୍ଗେଟ ରଖିଥିଲା।  ୭୨ ରନ୍‌ର ବିସ୍ଫୋରକ ଇନିଂସ ପାଇଁ ଚେନ୍ନାଇର ଋତୁରାଜ ଗାଏକ୍ଓ୍ବାର୍ଡଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ମିଳିଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚେନ୍ନାଇର ଏହି ବିଜୟର ଫାଇଦା ସିଧାସଳଖ ଉଠାଇଲା ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଟିମ୍‌ ଏବେ ପ୍ଲେ-ଅଫରେ ପହଞ୍ଚିଗଲା। ଅନ୍ୟପକ୍ଷେ କେକେଆର ପାଇଁ ବର୍ତ୍ତମାନ ସମସ୍ୟା ସୃଷ୍ଟି ହୋଇଛି। ଏବେ ଏମିତି ଲାଗୁଛି, ପ୍ରଥମରୁ ବାହାର ହୋଇଥିବା ଚେନ୍ନାଇ ଟିମ୍‌ ଅନ୍ୟ ଖେଳକୁ ଖରାପ କରୁଛି।

ଗତ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଟିମ୍‌କୁ ହରାଇବା ପରେ ଧୋନି ଶାହରୁଖ ଖାନ୍‌ଙ୍କ ଟିମ୍‌କୁ ଧୋଇ ଦେଇଥିଲା। ଏହି ବିଜୟ ପରେ ଧୋନି ଟିମ୍‌ କେକେଆରର ପ୍ଲେଅଫରେ ପହଞ୍ଚିବା ଆଶାକୁ ଝଟକା ଦେଇଥିଲା। ଏବେ ଚେନ୍ନାଇଠାରୁ ହାରିବା ପରେ କେକେଆର ପ୍ଲେଅଫକୁ ଯାଇ ପାରିବ ତ ? ଏ ନେଇ ପ୍ରଶ୍ନ ଉଠିଛି।

ସୂଚନାଥାଉ କି, ପଏଣ୍ଟ ଟେବୁଲ୍‌ରେ କୋଲକାତା ଟିମ୍‌ ବର୍ତ୍ତମାନ ୫ ନମ୍ବରରେ ରହିଛି। କେକେଆର ୧୩ ମ୍ୟାଚ୍‌ରେ ୧୨ ଅଙ୍କରେ ରହିଛି। କୋଲକାତା ୬ଟି ମ୍ୟାଚ୍‌ ଜିତିଥିବାବେଳେ ୭ଟି ମ୍ୟାଚରେ ପରାଜୟର ସାମ୍ନା କରିଛି। ତେବେ କେକଆର ପାଇଁ ସବୁଠାରୁ ବଡ ସମସ୍ୟା ହୋଇଛି ଏହାର ଖରାପ ରନ୍‌ରେଟ।
ଆଜି ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଆବୁଧାବିରେ ଖେଳାଯିବ ମ୍ୟାଚ।

 

 

ଆହୁରି ପଢ଼ନ୍ତୁ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

You might also like