ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ଆବୁ ଧାବି: କରୋନା କଟକଣା ଭିତରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ବିଗୁଲ୍ ବାଜି ସାରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୨ ରନ୍ କରିଛି। ଫଳରେ ଉଦଘାଟନୀ ମ୍ୟାଚ୍ ଜିତିବା ଲାଗି ଧୋନିଙ୍କ ଟିମକୁ ୧୬୩ ରନ୍ କରିବାକୁ ପଡ଼ିବ।

ମୁମ୍ବାଇ ତରଫରୁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ କ୍ୱିଣ୍ଟନ୍ ଡି’କକ୍‌ ୩୩ ରନର ଇନିଂସ୍ ଖେଳିଛନ୍ତି। ତେବେ ଟିମର ବାକି କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ସ୍କୋର କରିନାହାନ୍ତି। ସିଏସକେ ପକ୍ଷରୁ ଲୁଙ୍ଗି ଏନଗିଡ଼ି ସର୍ବାଧିକ ୩ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର୍ ୨ଟି ସଫଳତା ପାଇଛନ୍ତି।

ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଜରେ ସିଏସକେ କ୍ୟାପଟେନ୍ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ଦେଇଥିଲେ ଡି’କକ୍ ଓ କ୍ୟାପଟେନ୍ ରୋହିତ୍। ବିଶେଷକରି ଡି’କକ୍ ପ୍ରାରମ୍ଭିକ ଆକ୍ରମଣ କରି ମୁମ୍ବାଇକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଡି’କକ୍ ଓ ରୋହିତ୍ ପ୍ରଥମ ୱିକେଟ୍‌ ପାଇଁ ୪୬ ରନ୍ ଯୋଡ଼ିଥିଲେ।

ରୋହିତ୍ ୧୨ ରନ୍ କରି ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। ପରେ ଡି’କକ୍ ମଧ୍ୟ ନିଜ ୱିକେଟ୍‌ ହରାଇ ବସିଥିଲେ। ଡି’କକ୍ ୨୦ ବଲରେ ୫ ଚୌକା ସହ ୩୩ ରନ୍ କରି ସାମ୍ କୁରାନଙ୍କ ବଲରେ ଆଉଟ୍ ହୋଇଥିଲେ। ମିଡିଲ୍ ଅର୍ଡରରେ ସୌରଭ ତିୱାରୀ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୧୭), ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ କାଇରନ୍ ପୋଲାର୍ଡ (୧୮) ବଡ଼ ଶଟ୍ ଖେଳିବା ଚକ୍କରରେ ୱିକେଟ୍‌ ଦେଇ ବସିଥିଲେ।

ତିୱାରୀ ୩୧ ବଲରେ ୩ ଚୌକା ଓ ୧ ଛକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଶେଷକ୍ରମରେ କୃନାଲ୍ ପାଣ୍ଡ୍ୟା ୩, ଜେମ୍ସ ପାଟିନସନ୍ ୧୧, ରାହୁଲ୍ ଚହର୍ ଅପରାଜିତ ୨ ଓ ଯଶପ୍ରୀତ ବୁମରା ଅପରାଜିତ ୫ ରନ୍ କରିଛନ୍ତି।

ଆହୁରି ପଢ଼ନ୍ତୁ

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

You might also like