ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସର ବିଜୟ ସହିତ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ଲେଅଫ ରେସ୍‌ରୁ ବାହାରି ଯାଇଛି। ରାଜସ୍ଥାନ ଟିମ୍‌ ପଏଣ୍ଟ ଟେବୁଲ୍‌ରେ ଏବେ ୧୦ ଅଙ୍କ ସହ ୭ମ ନମ୍ବରରେ ରହିଛି। ତେବା ରାଜସ୍ଥାନର ବିଜୟ ଏବେ ପ୍ଲେଅଫର ରେସ୍‌କୁ ଆହୁରି ଟ୍ୱିଷ୍ଟ କରିଛି। ସେହୱାଗ ମଧ୍ୟ ଏହି ମଜାଦାର ସମୀକରଣକୁ ନେଇ ଟ୍ୱିଟ୍‌ କରିଛନ୍ତି।

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପରକିଙ୍ଗସ୍‌ ଆଇପିଏଲ ପ୍ଲେଅଫ୍‌ରୁ ବାହାରି ଯାଇଛି।ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଟ୍ୱିଟ କରି ରିଆକ୍‌ସନ ଦେଇଛନ୍ତି।

ସୂଚନାଥାଉ କି, ଆଇପିଏଲ୍‌ରେ CSK  ୧୧ ତମ ସିଜନ ଖେଳୁଛି। ୧୧ଟି ସିଜନରୁ ୧୦ଟି ସିଜନନରେ ପ୍ଲେଅଫ୍‌ରେ ପହଞ୍ଚିଥିଲା ଏବଂ ୮ଠଟି ଫାଇନାଲ ଖେଳିବାରେ ମଧ୍ୟ ସଫଳ ହୋଇଥିଲା। ହେଲେ ଚଳିତ ସିଜନ୍‌ରେ CSK ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ୍‌ ଖେଳିଛି। ଏଥିରେ ୮ଟି  ହାରିଥିବାବେଳେ ୪ଟି ମ୍ୟାଚ୍‌ରେ ଜିତିଛି।

ଏବେ ଟୁର୍ଣ୍ଣାମେଣ୍ଟରେ CSKକୁ KKR ଏବଂ କିଙ୍ଗ୍‌ସ ଇଲେଭେନ ସହ ଖେଳିବାକୁ ପଡ଼ିବ। ଚେନ୍ନାଇ-କୋଲକାତା ଅକ୍ଟୋବର ୨୯ରେ ପରସ୍ପରକୁ ଭେଟିବେ। ସେହିପରି ପଞ୍ଜବା ସହିତ ନଭେମ୍ବର ୧ରେ ଖେଳିବ ଚେନ୍ନାଇ।

ଚେନ୍ନାଇ ସୁପରକିଙ୍ଗ୍‌ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଚମତ୍କାର ପ୍ରଦର୍ଶନ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଖେଳାଳିମାନେ ବହୁତ ଖରାପ ପ୍ରଦର୍ଶନ କରିବାକୁ ଲାଗିଲେ।  ଯେଉଁଥିପାଇଁ CSK ଦଳ ଏହି ଆଇପିଏଲ୍ ମୁଁ ପ୍ଲେ ଅଫ୍ ରେ ପହଞ୍ଚି ନାହିଁ |

 

You might also like