ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

ଶାରଜା:ଆଇପିଏଲର ୪୧ ତମ ମ୍ୟାଚ୍‌ରେ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା।

ହେଲେ ଧୋନୀ ବାହିନୀ ଆଜି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ଦଳ ୨୦ ଓଭର୍‌ରେ ୯ଟି ୱିକେଟ ହରାଇ ୧୧୪ ରନ୍‌ କରିପାରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୧୫ ରନ୍‌ର ଟର୍ଗେଟ ମିଳିଛି।

ଚେନ୍ନାଇ ପକ୍ଷରୁ ସାମ କୁରାନ ୫୨ ରନ୍‌ର ଇନିଂସ୍‌ ଖେଳି ଶେଷ ବଲ୍‌ରେ ଆଉଟ ହୋଇଥିଲେ ହେଁ ଅନ୍ୟ କୌଣସି ବ୍ୟାଟସମାନ ତାଙ୍କ ସାଥ ଦେଇ ନଥିଲେ। ଏହି କାରଣରୁ ଚେନ୍ନାଇ ଭଳି ଗୋଟିଏ ଶକ୍ତିଶାଳୀ ଦଳ କେବଳ ୧୧୪ ରନ୍‌ କରିପାରିଛି।

ଆହୁରି ପଢ଼ନ୍ତୁ

କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

You might also like