ମେଲବୋର୍ଣ୍ଣ ଓ୍ୱାନ୍ ଡେ: ଭାରତର ସ୍ପିନ୍‌ରେ ଅଷ୍ଟ୍ରେଲିଆ ଘାଇଲା

ମେଲବୋର୍ଣ୍ଣ: ଇଣ୍ଡିଆ, ଅଷ୍ଟ୍ରେଲିଆ ମଧ୍ୟରେ ମେଲ୍‌ବୋର୍ଣ୍ଣରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ କମାଲ ଦେଖାଇଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦର ଚହଲ। ତାଙ୍କର ଚମତ୍କାର ସ୍ପିନ୍ ଆଗରେ ଅଷ୍ଟ୍ରେଲିଆ ଘାଇଲା ହୋଇଯାଇଛି।

ଫଳରେ ଅଷ୍ଟ୍ରେଲିଆ ୪୮ ଓଭର ୪ଟି ବଲ୍‌ ଖେଳି ୨୩୦ ରନ୍ କରି ଅଲ୍ଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସକମ୍ବ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତର ଚହଲ୍ ୬ଟି ଓ୍ୱିକେଟ ନେଇଛନ୍ତି। ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ।

୨୩୧ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଖବର ଲେଖାଯିବା ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୦୨ ରନ୍‌ କରିଛି। ଧୋନୀ ୭୩ କେଦାର ଯାଦବ ୪୫ ରନ୍‌ କରି ଖେଳ ଜାରି ରଖିଛନ୍ତି।

ସିରିଜ ଏବେ ୧-୧ରେ ବରାବର ଅଛି। ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଇଣ୍ଡିଆ ଜିତିଥିଲା। ଆଜିର ମ୍ୟାଚ୍‌ ଯିଏ ହାତେଇବ, ସେହି ଟିମ୍ ସିରିଜ୍ କବ୍‌ଜା କରିବ।

You might also like