ସେମିରେ ହାରି ବି ବିଶ୍ୱ କପ୍‌ ଜିତିଯାଇଛି..ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରି ଏମିତି କହିଲେ ଅମୀର ଖାନ୍‌

ନୂଆଦିଲ୍ଲୀ:ବିଶ୍ୱକପ୍‌ କ୍ରିକେଟ୍‌ରୁ ଭାରତ ବିଦାୟ ନେଇଛି। ବୁଧବାର ନ୍ୟୁଜ୍‌ଲ୍ୟାଣ୍ଡ ପାଖରୁ ୧୮ ରନ୍‌ରେ ହାରିବା ପରେ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ ହୋଇଯାଇଛି।

ନ୍ୟୁଜଲ୍ୟାଣ୍ଡ ୨୩୯ ରନ୍‌ କରି ଜିତିଥିବାବେଳେ ଭାରତ ୪୯.୩ ଓଭରରେ ୨୨୧ ରନ୍‌ କରି ଅଲ୍‌ ଆଉଟ ହୋଇ ଯାଇଥିଲା। ଟିମ୍‌ ଇଣ୍ଡିଆର ଏହି ପରାଜୟ ଅବଶ୍ୟ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ହତାଶ କରିଛି। ତେବେ ସମସ୍ତେ ଭାରତୀୟ ଟିମ୍‌ର ପ୍ରଦର୍ଶନକୁ ଖୁବ୍‌ ପ୍ରଶଂସା କରିଛନ୍ତି।

ଭାରତ-ନ୍ୟୁଜ୍‌ଲ୍ୟାଣ୍ଡକୁ ମ୍ୟାଚ୍‌କୁ ନେଇ ମଧ୍ୟ ବଲିଉଡ୍‌ରୁ ପ୍ରଶଂସାର ସୁଅ ଛୁଟିଛି। ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ ଅର୍ଥାତ୍‌ ଅମୀର ଖାଁ  ଟିମ୍ ଇଣ୍ଡିଆର ପରଫର୍‌ମାନ୍ସକୁ ବେଶ ପ୍ରଶଂସା କରିଛନ୍ତି। ଏପରିକି ଟ୍ୱିଟ୍‌ କରି ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତି ଯାଇଛି ବୋଲି କହିଛନ୍ତି।

ଅମୀର ଖାନ୍‌ ଟ୍ୱିଟ୍‌ କରି ବିରାଟଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ‘ଆଜି ଆମର ଦିନ  ନ ଥିଲା। ଆମ ଯେତେବେଳେ ବିଶ୍ୱକପ୍‌ର ନମ୍ବର ୱାନ ଟିମ୍‌ ଭାବେ ସେମି ଫାଇନାଲ ଖେଳିଲୁ, ସେତିକି ବେଳରୁ ହିଁ ଆମର ଜିତ୍‌ ହୋଇ ସାରିଥିଲା। ସମସ୍ତେ ବହୁତ ଭଲ ଖେଳିଥିଲେ। ଯଦି ବର୍ଷା ହୋଇ ନ ଥାନ୍ତା, ତେବେ ଫଳ କିଛି ଅଲଗା ହୋଇଥାନ୍ତା। ଆମ ଟିମ୍ ଆମର ଗର୍ବ ।’


ଅମୀରଙ୍କ ବ୍ୟତୀତ ବଲିଉଡ୍‌ର ବରିଷ୍ଠ କଳାକାର ଋଷି କପୁର ଭାରତ-ନ୍ୟୁଜ୍‌ଲ୍ୟାଣ୍ଡ ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତ-ନ୍ୟୁଜଲ୍ୟାଣ୍ଡ ଉଭୟ ବହୁତ ଭଲ ଖେଳିଥିଲେ।

ସେହିପରି ବଲିଉଡ୍‌ କଳାକାର ରିତେଶ ଦେଶମୁଖ, ବରୁଣ ଧାବନ, ସୋନାକ୍ଷୀ ସିହ୍ନା, କରଣ ଜୋହର ମଧ୍ୟ ଏହି ମ୍ୟାଚ୍‌ ଉପରେ ପ୍ରତିକ୍ରିୟା ରଖି  ଭାରତୀୟ ଟିମ୍‌କୁ ପ୍ରଶଂସା କରିଛନ୍ତି।

You might also like