ବ୍ରାଜିଲ୍‌କୁ ହରାଇ ସେମିରେ ବେଲଜିୟମ୍‌

କାଜାନ: ୫ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ୍‌କୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍‌। ମ୍ୟାଚ ଆରମ୍ଭରୁ ବେଲଜିୟମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମାତ୍ର ୧୩ ମିନିଟ ମଧ୍ୟରେ ଦଳ ଅଗ୍ରଣୀ ହାସଲ କରିନେଇଥିଲା। ବ୍ରାଜିଲ୍‌ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋଙ୍କ ତ୍ରୁଟି ଯୋଗୁ ବେଲଜିୟମ୍‌ ପ୍ରଥମ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା।

ସେହିପରି ଗତକାଲି ଫ୍ରାନ୍ସ ଓ ଉରୁଗୁଏ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଉରୁଗୁଏକୁ ୨-୦ ଗୋଲରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ଏହି ମ୍ୟାଚରେ ଫ୍ରାନ୍ସ ପକ୍ଷରୁ ରାଫେଲ ଭାରାନେ ଓ ଆଣ୍ଟୋନି ଗ୍ରେଜମ୍ୟାନ୍ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ତେବେ ଗତକାଲିର ବିଜେତା ଫ୍ରାନ୍ସ ଓ ବେଲଜିୟମ୍‌ ସେମି ଫାଇନାଲରେ ମୁହାଁମୁହିଁ ହେବେ।

 

You might also like
Comments
Loading...