ହକି ବିଶ୍ୱକପ୍‌ : ବେଲଜିୟମ ଚାମ୍ପିଅନ୍‌

ଭୁବନେଶ୍ୱର :  ବେଲଜିୟମ୍ ହକି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ସଂଘର୍ଷ ପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ନେଦରଲାଣ୍ଡସ୍‌କୁ ପେନାଲ୍‌ଟି ସୁଟ୍ ଆଉଟରେ ପରାସ୍ତ କରି ଇତିହାସ ରଚିଛି ବେଲଜିୟମ୍।

ପ୍ରଥମ ଥର ପାଇଁ ବିଶ୍ୱକପ୍ ହକି ଫାଇନାଲରେ ପ୍ରବେଶ କରିଥିବା ବେଲ୍‌ଜିୟମ୍ ଶେଷରେ ସମସ୍ତ ଦେଶକୁ ପଛରେ ପକାଇ ଚାମ୍ପିଅନ୍ ହୋଇଛି।

ଆରମ୍ଭରୁ ହିଁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ୍ ଦେଇନପାରିବାରୁ ପେନାଲ୍‌ଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା।

You might also like