କୋଚ୍ ଖୋଜିବା ଆରମ୍ଭ କଲା BCCI !

ନୂଆଦିଲ୍ଲୀ : ବିଶ୍ୱକପ୍‌ରୁ ବାଦ୍ ପଡ଼ିବା ପରେ କୋଚ୍ ଖୋଜିବା ଆରମ୍ଭ କରିଛି ବିସିସିଆଇ। ମୁଖ୍ୟ କୋଚ୍ ସମେତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି।

ଏହାସହ ସାଇକୋ ଥେରାପିଷ୍ଟ, ଆଡମିନ୍‌ଷ୍ଟ୍ରେଟିଭ୍ ମ୍ୟାନେଜର ପାଇଁ ବି ଦରଖାସ୍ତ ଆହ୍ୱାନ କରାଯାଇଛି। ତେବେ ଏହି ପଦବୀରେ ଥିବା ପୁରୁଣା ସଦସ୍ୟଙ୍କୁ ବଦଳି କରାଯିବ ନାଁ ପୁରୁଣା ଅଧିକାରୀ ରହିବେ ସେ ନେଇ କୌଣସି ସୂଚନା ମିଳିପାରିନି।

ଦୁଇ ବର୍ଷକୁ ଥରେ ବିସିସିଆଇର ଏହି ପଦବୀ ଗୁଡ଼ିକ ପାଇଁ ଦରଖାସ୍ତ ଆହ୍ୱାନ କରାଯାଏ। ସେପଟେ ବିଶ୍ୱକପ୍‌ରୁ ଭାରତ ବାଦ୍ ପଡ଼ିବା ପରେ ଟିମ୍‌ର କୋଚ୍, ସିଲେକ୍ଟର ସମେତ ଅନ୍ୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବିଭିନ୍ନ ମହଳରୁ ପ୍ରଶ୍ନ ଉଠିଥିଲା।

You might also like