ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ରୋହିତଙ୍କ ନାଁ ସୁପାରିଶ କଲା ବିସିସିଆଇ
ନୂଆଦିଲ୍ଲୀ: ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନାଁ ସୁପାରିଶ କରିଛି ବିସିସିଆଇ। ଏଥିସହିତ ଅର୍ଜୁନ୍ ପୁରସ୍କାର ପାଇଁ ଇଶାନ୍ତ ଶର୍ମା, ଶିଖର ଧୱନ, ଦୀପ୍ତି ଶର୍ମାଙ୍କ ନାଁ ସୁପାରିଶ କରାଯାଇଛି।
ଏହି ସମ୍ମାନୀୟ ପୁରସ୍କାରଗୁଡ଼ିକ ପାଇଁ ପାଇଁ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାନୁଆରୁ ୧ ତାରିଖରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଉଦିୟମାନ ଖେଳାଳିଙ୍କ ନାଁ ଆହ୍ୱାନ୍ କରାଯାଇଥିଲା। ସରକାରଙ୍କ ଆହ୍ୱାନ୍ କ୍ରମେ ବିସିସିଆଇ ବିଭିନ୍ନ ପୁରସ୍କାର ପାଇଁ ଏହିସବୁ ଖେଳାଳିଙ୍କ ନାଁ ସୁପାରିଶ କରିଛି।
୨୦୧୯ ବର୍ଷରେ ରୋହିତ ଶର୍ମାଙ୍କର ପ୍ରଦର୍ଶନ ମନ ମୁଗ୍ଧକର ଥିଲା। ତା ସହିତ ବିଶ୍ୱକପ୍ରେ ଗୋଟିଏ ସଂସ୍କରଣରେ ୫ଟି ଦିନିକିଆ ଶତକ ହାସଲ କରିବାରେ ଇତିହାସ ରଚିଛନ୍ତି ରୋହିତ। ଏଥିସହିତ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୪ଟି ଟି-୨୦ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।