• translate
Chandan Shishu

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ରୋହିତ୍ ଶର୍ମା। ଆହତ କାରଣରୁ ରୋହିତଙ୍କୁ ପୂର୍ବରୁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ତାଙ୍କ ଫିଟନେଶ ସ୍ଥିତିର ଅନୁଧ୍ୟାନ କଲା ପରେ ସିଲେକ୍ସନ୍ କମିଟି ରୋହିତଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି।

ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତକୁ ଫେରିଆସିବେ। ସେ ବାପା ହେବାକୁ ଯାଉଥିବାରୁ ତାଙ୍କ ପାଟନିର୍ଟି ଲିଭ୍ ଆବେଦନକୁ ମଞ୍ଜୁର କରିଛି। ବିସିସିଆଇ  ଅନ୍ୟପକ୍ଷରେ ଓ୍ୱିକେଟ୍ କିପର ସଞ୍ଜୁ ସାମସନ୍‌ଙ୍କୁ ଦିନିକିଆ ଦଳରେ ଅତିରିକ୍ତ ଓ୍ୱିକେଟ୍‌ କିପର୍ ଭାବେ ସାମିଲ କରାଯାଇଛି। ସାମସନ୍ ଟି-ଟେଣ୍ଟି ଦଳର ସଦସ୍ୟ ଅଛନ୍ତି।

ସେହିପରି କୋଲକତା ନାଇଟ୍ ରାଇଡର୍ସ ତଥା ତାମିଲନାଡୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହେବା କାରଣରୁ ଟିଟ୍ୱେଣ୍ଟି ଦଳରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଅନ୍ୟତମ ତାମିଲନାଡୁ ଖେଳାଳି ପେସ୍ ବୋଲର ଟି ନଟରାଜନଙ୍କୁ ସାମିଲ କରାଯାଇଛି।

Other Stories