ବିଶ୍ୱକପ୍‌ରୁ ପାକିସ୍ତାନକୁ ବାଦ୍ ଦେବାକୁ ଯୋଜନା

ନୂଆଦିଲ୍ଲୀ: ପୁଲ୍‌ୱାମା ଅ୍ରାକ୍ରମଣ ପରେ ପାକିସ୍ତାନକୁ ସମସ୍ତ ଦିଗରେ ଏକ ଘରିକିଆ କରିବା ପାଇଁ ଭାରତର ଯୋଜନା। ଏବେ କ୍ରିକେଟ୍‌ରେ ମଧ୍ୟ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ବିସିସିଆଇ ଯୋଜନା କରୁଛି।

ଚଳିତ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍‌ରୁ ପାକିସ୍ତାନକୁ ବାହାର କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇପାରେ। ଏନେଇ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ (ସିଓଏ) କମିଟିର ବୈଠକ ହେବ। ଏହି ବୈଠକରେ ପାକିସ୍ତାନକୁ ବିଶ୍ୱକପ୍‌ରୁ ବାଦ୍ ଦେବା ପାଇଁ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ କାଉନସିଲ୍‌ (ଆଇସିସି)କୁ ଚିଠି ଲେଖିପାରେ ବିସିସିଆଇ।

ପୂର୍ବରୁ ଅନେକ ଭାରତୀୟ ପୂର୍ବତନ ଖେଳାଳି ପାକିସ୍ତାନ ସହ ମ୍ୟାଚ ନଖେଳିବା ପାଇଁ ମତ ଦେଇଛନ୍ତି।

You might also like