ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ କ୍ରିକେଟ ୨୦୧୯ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ ଟିମ୍। ଦଳରେ ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ଏମାନଙ୍କ ବ୍ୟତୀତ ଦଳରେ ଅନ୍ୟ ଖେଳାଳି ଶିଖର ଧାୱନ, କେଏଲ୍ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ ଓ ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସ୍‌ପ୍ରୀତ ବୁମରା, ୟୁଜ୍‌ବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସାମିଙ୍କୁ ଚୟନ କରାଯାଇଛି।

ଟିମରେ ଅତିରିକ୍ତ ୱିକେଟ୍ କିପର ଭାବେ ଦୀନେଶ କାର୍ତ୍ତିକଙ୍କୁ ସାମିଲ କରାଯାଇଥିବାବେଳେ, ବାଦ୍ ପଡିଛନ୍ତି ରିଷବ ପନ୍ତ। ସେହିଭଳି ଅମ୍ବାତି ରାୟଡୁ ମଧ୍ୟ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି।

You might also like