ପଡ଼ିଆରେ ନାଗିନ୍‌ ଡ୍ୟାନ୍ସ କଲେ ବାଂଲାଦେଶୀ କ୍ରିକେଟର୍‌

ଦୁବାଇ: ଗଙ୍ଗନମ୍ ଷ୍ଟାଇଲ୍‌ ପରେ କ୍ରିକେଟ୍‌ରେ ଏବେ ସେଲିବ୍ରେସନ୍‌ର ନୂଆ ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି। ତାହା ହେଉଛି, ନାଗିନ୍‌ ଡ୍ୟାନ୍ସ।

ନିଦାହସ୍‌ ଟ୍ରଫିଠାରୁ ଆରମ୍ଭ କରି ଏସିଆ କପ୍ ପର୍ଯ୍ୟନ୍ତ ସବୁଠି ବାଂଲାଦେଶର କ୍ରିକେଟର୍‌ମାନେ ଏହି ନୂଆ ଅନ୍ଦାଜ୍ ଦେଖାଇଛନ୍ତି।

ଶୁକ୍ରବାର ଏସିଆ କପ୍ ଫାଇନାଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ କ୍ରିକେଟର୍‌ ଶିଖର ଧଓ୍ୱନଙ୍କ ଆଉଟ୍ ହେବା କ୍ଷଣି ନାଗିନ ଡ୍ୟାନ୍ସ ମୁଡ୍‌ରେ ନଜର ଆସିଥିଲେ ବାଂଲାଦେଶୀ ବୋଲର୍‌ ନଜମୁଲ୍‌ ଇସ୍‌ଲାମ।

ଧୱନଙ୍କ ଆଉଟ୍‌ ହେବା ପରେ ନଜମୁଲ୍‌ ଏକଦମ୍ ଉତ୍ସାହିତ ହୋଇପଡ଼ିଥିଲେ। ଆଉ ପଡ଼ିଆରେ ନାଗିନ୍‌ ଡ୍ୟାନ୍ସ କରିଥିଲେ।

କାହିଁକି ନା ଶିଖରଙ୍କ ଓ୍ୱିକେଟ୍‌ ବାଂଲାଦେଶ ପାଇଁ ବହୁତ ମୂଲ୍ୟବାନ ଥିଲା। ତେଣୁ ସେ ଆଉଟ୍‌ ହେବା ପରେ ଏହି ନୂଆ ଅନ୍ଦାଜ୍‌ ଦେଖାଇଥିଲେ ନଜମୁଲ୍‌।

ତେବେ କ୍ରିକେଟ୍‌ରେ ଏପରି ନାଗିନ୍‌ ଡାନ୍ସ ପ୍ରଥମ ଥର ନଥିଲା। ଏହା ପୂର୍ବରୁ ନିଦାହସ୍‌ ଟ୍ରଫିରେ ମଧ୍ୟ ବାଂଲାଦେଶ କ୍ରିକେଟର୍‌ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ନାଗିନ୍‌ ଡ୍ୟାନ୍ସ କରିଥିଲେ।

ହେଲେ ଭାରତ ବିପକ୍ଷ ମ୍ୟାଚ୍‌ରେ ନାଗିନ୍‌ ଡ୍ୟାନ୍ସରେ ଭାରତକୁ ଘାଇଲା କରିବା ପରିବର୍ତ୍ତେ ବାଂଲାଦେଶ ନିଜେ ଘାଇଲା ହୋଇଗଲା। କିନ୍ତୁ ଏସବୁ ପରେ ବି ଏହି ଡ୍ୟାନ୍ସ କ୍ରିକେଟ୍ ପ୍ରେମୀଙ୍କ ମନୋରଞ୍ଜନ କରିପାରୁଛି।

You might also like