ଟିମ ଇଣ୍ଡିଆକୁ ହରାଇ ପ୍ରଥମଥର ଟାଇଟଲ ଜିତିଲା ବାଂଲାଦେଶ

ଭାରତୀୟ ମହିଳା ଟିମ୍‌ର ଲଗାତର ସପ୍ତମ ଥର ଏସିଆ କପ୍ ଟାଇଟଲ ଜିତିବା ସ୍ୱପ୍ନ ମଉଳି ଯାଇଛି। ଭାରତକୁ ହରାଇ ଏସିଆ କପ୍ ଟି-୨୦ ଟାଇଟଲ ହାତେଇଛି ବାଂଲାଦେଶ। ଫାଇନାଲରେ ଛଅ ଥରର ଚାମ୍ପିଅନ୍ ଭାରତୀୟ ମହିଳା ଟିମ୍‌କୁ ୩ ୱିକେଟ୍‌ରେ ହରାଇ ବାଂଲାଦେଶ ପ୍ରଥମ ଥର ଏସିଆ କପ୍‌ରେ ଚାମ୍ପିଅନ୍ ହୋଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୨ ରନ୍ କରିଥିଲା। କ୍ୟାପ୍‌ଟେନ୍‌ ହରମନପ୍ରୀତ କୌର ଗୋଟିଏ ପଟେ କ୍ରିଜ୍‌ରେ ଜମି ରହି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟପଟେ ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ ନିୟମିତ ବ୍ୟବଧାନରେ ପ୍ୟାଭିଲିୟନ ଫେରିଥିଲେ।

ଚମତ୍କାର ବୋଲିଂ ଓ ଫିଲ୍ଡିଂ କରିଥିଲେ ବାଂଲାଦେଶ ଖେଳାଳିା ତେବେ ୧୧୩ ରନ୍‌ର ବିଜୟଲକ୍ଷ୍ୟକୁ ବାଂଲାଦେଶ ୭ ୱିକେଟ୍ ହରାଇ ହାସଲ କରିନେଇଥିଲା। ହରମନପ୍ରୀତ କୌରଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ଘୋଷଣା କରାଯାଇଛି।

You might also like
Comments
Loading...