ମଶ୍ରଫେ ମୁର୍ତଜାଙ୍କ ସହିତ ଏହି ଟପ୍ କ୍ରିକେଟରମାନଙ୍କୁ କରୋନା
ଢାକା: ପାକିସ୍ତାନ ପରେ ବାଂଲାଦେଶ ଟପ୍ କ୍ରିକେଟ୍ରଙ୍କ ଠାରେ ବି କୋରନା ପଜିଟିଭ୍ ଚିହ୍ନଟ ହୋଇଛି। ବାଂଲାଦେଶର କ୍ରିକେଟ୍ ଆଇକନ୍ ତଥା ପୂର୍ବତନ କ୍ୟାପ୍ଟେନ୍ ମଶ୍ରଫେ ମୁର୍ତଜା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯଦିଓ ଏନେଇ ମଶ୍ରଫେ ମୁର୍ତଜା ଏନେଇ କୌଣସି ସୂଚନା ଦେଇ ନାହାନ୍ତି, ତେବେ ତାଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ପିଜିଟିଭ୍ ହେବା ପରେ ମଶ୍ରଫେ ଢାକାରେ ଥିବା ତାଙ୍କ ବାସଭବନରେ ସଂଗରୋଧରେ ରହିଥିବା ଖବର ମିଳିଛି। ଏନେଇ ତାଙ୍କ ସାନ ଭାଇ ମୋରସାଲିନ ବିନ୍ ମୋରତାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ ସୂଚନା ଦେଇ କହିଛନ୍ତି, “କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନଥିଲା। ତେଣୁ ତାଙ୍କୁ କୋଭିଡ-୧୯ ଟେଷ୍ଟ କରିବାକୁ ପଡ଼ିଥିଲା। ” ତେବେ ବାଂଲାଦେଶର କିଛି ଗଣମଧ୍ୟମ ଅନୁସାରେ, ପୂର୍ବରୁ ମଶ୍ରଫେଙ୍କ ପରିବାରର କିଛି ସଦସ୍ୟଙ୍କୁ ବି କରୋନା ହୋଇଥିଲା।
କେବଳ ମଶ୍ରଫେ ନୁହଁନ୍ତି, ବାଂଲାଦେଶର ଆଉ ଜଣେ ଷ୍ଟାର୍ କ୍ରିକେଟର୍ ତଥା ଦିନିକିଆ ଟିମ୍ର କ୍ୟାପ୍ଟେନ୍ ତମିମ ଇକ୍ବାଲ୍ ଓ ତାଙ୍କ ବଡ଼ ଭାଇ ନଫୀସ ଇକ୍ବାଲ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ଚିହ୍ନଟ ପରେ ଦୁଇ ଭାଇ ଏବେ ଘରେ ସଂଗରୋଧରେ ରହିଛନ୍ତି। ନଫୀସ ବର୍ତ୍ତମାନ ଚିଟାଗଙ୍ଗରେ ଥିବା ତଙ୍କ ଘରେ ସଂଗରୋଧରେ ରହିଛନ୍ତି।
ଗତ ସପ୍ତାହରେ ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ୍ ଶାହିଦ ଆଫ୍ରିଦି ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ଅଫ୍ରିଦି। ଏବଂ ତୁରନ୍ତ ସୁସ୍ଥ ହେବା ଫ୍ୟାନ୍ମାନଙ୍କ ଆଶୀର୍ବାଦ ମାଧ୍ୟ ମାଗିଥିଲେ।
କେବଳ ଆଫ୍ରିଦି ନୁହଁନ୍ତି, ଏହାପୂର୍ବରୁ ମେ ମାସରେ ପୂର୍ବତନ ପାକିସ୍ତାନ ଓପନର୍ ତୈଫିକ୍ ଉମର କରୋନା ଭାଈରସ୍ରେ ଆକ୍ରାନ୍ତ ହୋଇଥିଲେ। ସେହିଭଳି ଏପ୍ରିଲ୍ମାସରେ ପାକିସ୍ତାନର ପୂର୍ବତନ ଫାଷ୍ଟ କ୍ଲାସ୍ କ୍ରିକେଟର୍ ଜାଫର ସରଫରାଜ ଏପ୍ରିଲ୍ରେ କରୋନା ପଜିଟିବ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା।