ଆବୁ ଧାବିରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ଦିଲ୍ଲୀର ଫିଲ୍ଡିଂ ନିଷ୍ପତ୍ତି

ଆବୁ ଧାବି: ଚଳିତ ଆଇପିଏଲର ୫୫ତମ ମ୍ୟାଚ୍‌ରେ ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆରସିବି ଟିମ୍ ପ୍ରଥମେ ବ୍ୟାଟିଂଭାର ସମ୍ଭାଳିବ।

ପ୍ଲେଅଫରେ ସ୍ଥାନ ପକ୍କା କରିବା ପାଇଁ ଉଭୟ ଟିମ୍ ମଧ୍ୟରେ ଆଜି ଜୋରଜାର ଟକ୍କର ହେବ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ, ସେହି ଟିମ୍ ସିଧାସଳଖ ପ୍ଲେଅଫରେ ଖେଳିବ। ହେଲେ ହାରିବା ଟିମ୍‌ ପାଖରେ ମଧ୍ୟ ପ୍ଲେଅଫ ଆଶା ଉଜ୍ଜୀବିତ ରହିବ।

ତେବେ ଆଜିର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶିଖର ଧାୱନ, ପୃଥ୍ୱୀ ସ, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର (କ୍ୟା), ଋଷଭ ପନ୍ତ (କିପର), ମାର୍କସ ଷ୍ଟୋଇନିସ, ଡାନିଏଲ ସାମ୍ସ, ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରାବାଡା, ଅନରିଚ ନର୍ଟେଜେ ଖେଳିବେ।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଜୋଶ ଫିଲିପେ, ଦେବଦତ୍ତ ପାଡିକଲ, ବିରାଟ କୋହଲି (କ୍ୟା), ଏବି ଡି ଭିଲିୟର୍ସ (କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, କ୍ରିସ୍ ମୋରିସ୍, ଇସୁରୁ ଉଦାନା, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ଖେଳିବେ।

You might also like