ବିରାଟଙ୍କୁ ଝଟକା ! ପାକିସ୍ତାନୀ ବ୍ୟାଟ୍ସମ୍ୟାନ ନେଲେ କୋହଲିଙ୍କ ସ୍ଥାନ..

ବିରାଟଙ୍କୁ ଝଟକା। ଏକ ନମ୍ବର ରାଙ୍କରୁ ଖସିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଦୀର୍ଘ ୧୨୫୮ ଦିନ ହେବ ଏକ ନମ୍ବର ରାଙ୍କରେ ରହି ଆସୁଥିବା ବିରାଟ ତାହା ହରାଇ ବସିଛନ୍ତି। ବିରାଟଙ୍କ ସ୍ଥାନରେ ଏବେ ପାକିସ୍ତାନ କ୍ରିକେଟ ଦଳର ଦୁର୍ଦଶ ବ୍ୟାଟ୍ସମ୍ୟାନ ବାବର ଆଜମ ଏକ ନମ୍ବର ରାଙ୍କକୁ ଉନ୍ନୀତ। ବିରୋଟ କୋହଲିଙ୍କ ଏକ ନମ୍ବର ସ୍ଥନକୁ କବଜା କରିନେଇଛନ୍ତି ବାବର ଆଜମ।

Virat Kohli n Babr Azam 2

ବିରାଟ କୋହଲି ଏବଂ ବାବର ଆଜମ ଏମିତି ଦୁଇ ବ୍ୟାଟ୍ସମ୍ୟାନ ଯିଏ କି, କ୍ରିକେଟ ଜଗତର ତିନୋଟି ଯାକ ଫର୍ମାଟରେ ପ୍ରଥମ ୬ ନମ୍ବରରେ ରହିଛନ୍ତି। ବାବର ଆଜମ ଏବେ ଦିନିକିଆରେ ଏକ ନମ୍ବର ସ୍ଥାନ ନେଇସାରିଥିବା ବେଳେ ଟି-ଟ୍ୱେଣ୍ଟିରେ ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ଟେଷ୍ଟ କ୍ରିକେଟରେ ସେ ୬ ନମ୍ବର ସ୍ଥାନରେ ରହିଛନ୍ତି। ଅନ୍ୟପଟେ ବିରାଟ କୋହଲି ଦିନିକିଆରେ ଦୁଇ ନମ୍ବର ସ୍ଥାନକୁ ଖସି ଆସିଥିବା ବେଳେ ଟି-ଟ୍ୱେଣ୍ଟିରେ ୫ ନମ୍ବର ସ୍ଥାନରେ ରହିଛନ୍ତି ଏବଂ ଟେଷ୍ଟରେ ମଧ୍ୟ ୫ ନମ୍ବର ସ୍ଥାନରେ ରହିଛନ୍ତି।

ସାଉଥ ଆଫ୍ରିକା ବିରୋଧରେ ପାକିସ୍ତାନ ଦିନିକିଆ ସିରିଜ ଖେଳୁଥିବା ବେଳେ ବାବର ଆଜମ ୩ ଟି ମ୍ୟାଚରେ ୭୬ ହାରରେ ୨୨୮ ରନ୍ କରିଥିଲେ। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି।

Virat Kohli n Babr Azam 2

ଏହି ସିରିଜରେ ବାବର ଆଜମ ୭୬ ହାରରେ ୧୩ ତମ ଦିନିକିଆ ଶତକ ମଧ୍ୟ ହାସଲ କରିବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ କୌଣସି ଖେଳିଳି ୮୦ରୁ କମ ମ୍ୟାଚ ଖେଳି ଏହି ରେକର୍ଡ କରିପାରି ନାହାନ୍ତି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ହାସିମ ଆମ୍ଲା ୮୩ ଟି ମ୍ୟାଚ ଖେଳି ୧୩ଟି ଶତକ ହାସଲ କରିବାର ରେକର୍ଡ କରିଥିଲେ। ଅନ୍ୟପଟ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର କିଟ୍ଟନ ଡିକକ୍ ୮୬ଟି ଲେଖାଏଁ ମ୍ୟାଚ ଖେଳି ଏହି ରେକର୍ଡ ହାସଲ କରିଥିଲେ।

ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳୁଥିବା ପାକିସ୍ତାନର ଆଉ ଜଣେ ବ୍ୟାଟ୍ସମ୍ୟାନ ଫକର ଜମାମ ଏବେ ଦିନିକିଆ ରାଙ୍କିଂର ୭ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ସେ ଗୋଟିଏ ମ୍ୟାଚରେ ୧୯୪ ରନ୍ କରିଥିବା ବେଳେ ଅନ୍ୟ ଏକ ମ୍ୟାଚରେ ୧୦୧ ରନ କରିଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ବାବର ଆଜମ ଏବେ ସୁଦ୍ଧା ୩୧ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୨୧୬୭ ରନ ସଂଗ୍ରହ କରିଛନ୍ତି । ଏଥିରେ ୮ ଥର ସେ ନଟ ଆଉଟ ରହିଛନ୍ତି। ଟେଷ୍ଟରେ ତାଙ୍କର ସର୍ବଧିକ ୧୪୩ ରନ କରିଛନ୍ତି। ସେହିଭଳି ଦିନିକିଆରେ ୮୦ ଟି ମ୍ୟାଚ ଖେଳିଥିବା ବେଳେ ୧୧ ଥର ନଟ ଆଉଟ ରହିଛନ୍ତି। ଏହାସହ ମୋଟ ୩୮୦୮ ରନ ସଂଗ୍ରହ କରିଛନ୍ତି। ଦିନିକିଆରେ ସର୍ବାଧିକ ସ୍କୋର ୧୨୫ ରନ। ସେହିଭଳି ଟି-ଟ୍ୱେଣ୍ଟିରେ ୫୦ଟି ମ୍ୟାଚ ଖେଳିଥିବା ବେଳେ ୧୦ ଟି ମ୍ୟାଚରେ ନଟ ଆଉଟ ରହିଛନ୍ତି। ଏଥିରେ ସର୍ବାଧିକ ସ୍କୋର ୯୭ ରହିଥିବା ବେଳେ ମୋଟ ୧୭୯୫ ରନ ସଂଗ୍ରହ କରିଛନ୍ତି।

You might also like