ଫିକା ପଡ଼ିଲା ରୋହିତଙ୍କ ଶତକ, ୩୪ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ସିଡ୍‌ନୀ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ସିଡ୍‌ନୀରେ ଖେଳାଯାଉଥିବା ଦିନିକିଆ ମ୍ୟାଚ୍‌ରେ ୩୪ ରନ୍‌ରେ ପରାସ୍ତ ହୋଇଛି ଇଣ୍ଡିଆ। ଏହି ବିଜୟ ସହିତ ତିନିଟିକିଆ ୱାନ୍‌ଡେ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ।

ଆଜି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୮୮ ରନ୍ କରିଥିଲା। ଉସ୍ମାନ ଖ୍ୱାଜା, ସନ୍ ମାର୍ଶ ଓ ହ୍ୟାଣ୍ଡସ୍କମ୍ବ ଅର୍ଦ୍ଧଶତକ ହାସଲ କରିଥିଲେ।

ଜବାବରେ ୨୮୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା।

ଦଳୀୟ ସ୍କୋର୍ ୪ ରନ୍ ହୋଇଥିବା ବେଳେ ଶିଖର ଧାୱନ, ଅମ୍ବାତି ରାୟୁଡୁ ଓ କ୍ୟାପ୍ଟେନ୍‌ କୋହଲି ପ୍ୟାଭିଲିୟନ ଫେରିଥିଲେ। ତେବେ ଚତୁର୍ଥ ୱିକେଟ୍‌ରେ ରୋହିତ ଶର୍ମା ଓ ଧୋନିଙ୍କ ମଧ୍ୟରେ ୧୩୭ ରନ୍‌ ଭାଗିଦାରୀ ହୋଇଥିଲା। ତେବେ ଧୋନୀ ୫୧ ରନ୍ କରି ଆଉଟ୍ ହେବା ପରେ ରୋହିତଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସାଥ୍ ଦେଇନଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨୫୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

 

You might also like