ପର୍ଥ ଟେଷ୍ଟରେ ‌ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

ପର୍ଥ : ପର୍ଥ ଟେଷ୍ଟରେ ହାରିଲା ଭାରତ। ୨୮୭ ରନ୍ ଟାର୍ଗେଟ୍‌କୁ ପିଛା କରି ୧୪୬ ରନ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ଆଜି ଖେଳ ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ଭାରତ ୧୪୦ ରନ୍‌ରେ ଅଲଆଉଟ ହୋଇଯାଇଥିଲେ। ଆଜି ୧୧୨ ରନ୍‌ରୁ ଖେଳ ଆରମ୍ଭ କରିଥିବା ଭାରତ ମାତ୍ର ୨୮ ରନ୍‌ରେ ୫ଟି ଓ୍ୱିକେଟ୍ ହରାଇଥିଲା।

ଏହି ପରାଜୟ ସହ ସିରିଜ୍ ୧-୧ରେ ବରାବର ହୋଇଛି। ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୨୬ ରନ୍‌ କରିଥିବାବେଳେ ଭାରତ ପ୍ରଥମ ଇନିଂସ୍‌ରେ ୨୮୩ ରନ୍ କରିଥିଲା। ପ୍ରଥମ ଇନିଂସ୍‌ରେ ୪୩ ରନ୍‌ ଆଗୁଆ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌ରେ ୨୪୩ ରନ୍‌ କରି ଭାରତକୁ ୨୮୭ ରନ୍‌ର ଟାର୍ଗେଟ ଦେଇଥିଲା।

ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲା ବୋଲି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି କହିଛନ୍ତି।

You might also like