ମେଲବର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତିବା ସତ୍ତ୍ୱେ ଅଷ୍ଟ୍ରେଲିଆର ପ୍ରାଥମିକ ବିପର୍ଯ୍ୟୟ
ମେଲବର୍ଣ୍ଣ: ମେଲବର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ଅଷ୍ଟେଲିଆ କ୍ୟାପ୍ଟେନ ଟିମ୍ ପେନ୍ ଟସ୍ ଜିତିଥିଲେ ଓ ଭାରତ ବିରୋଧରେ ପ୍ରଥମ ବାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆର ବାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୩୮ ରନ୍ କରିପାରିଛି। ୩୮ ରନରେ ହିଁ ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଲାଗିଥିଲା।
ହେଲେ ପରେ ଲାବୁଶାନ ଏବଂ ଟ୍ରବିସ୍ ହେଡେନ ଅର୍ଦ୍ଧଶତକ ପାଳି ଖାଳି କଙ୍ଗାରୁ ଟିମ୍ ପଲାକୁ ସମ୍ଭାଳି ନେଇଥିଲେ। ଜୋ ବର୍ଣ୍ଣସ ଏବଂ ଷ୍ଟିଭ୍ ସ୍ମିଥ୍ ବିନା ରନରେ ପାଭିଲିୟନ ଫେରିଥିଲେ। ମେଥୁ ମେଥ୍ୟୁ ବେଡ ୩୦ ରନ୍ କରି ରବୀଚନ୍ଦ୍ରନ ଅଶ୍ୱୀନିଙ୍କ ହାତରେ ଆଉଟ ହୋଇଥିଲେ। ଅଶ୍ୱିନୀ ସ୍ମିଥଙ୍କୁ ବି ଆଉଟ କରିଥିଲେ।
ଏଡିଲେଡରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରବା ପରେ ଭାରତ ସ୍ଥିତି ବରାବର ରଖିବା ଲକ୍ଷ୍ୟରେ ଅଜି ମୈଦାନକୁ ଓହ୍ଲାଇଛି। ଆଜିର ମ୍ୟାଚରେ ବିରାଟ କୋହଲି ଖେଳୁନାହାନ୍ତି । ଏକ୍ସ-ମାସ ପରଦିନ ମ୍ୟାଚ ହେଉଥିବାରୁ ଆଜିର ମ୍ୟାଚକୁ ବକ୍ସିଂ ଡେ ଟେଷ୍ଟ ବୋଲି କୁହାଯାଉଛି।
ଯାହା ବି ହେଉ, ଦୁଇ ଟିମ୍ରେ ଏପରି ଖେଳାଳି ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ଟକ୍କର ବରାବର ହେବ। ତେବେ ସବୁଠାରୁ ବଡ ମୁକାବିଲାର ସାମ୍ନା କରିବେ ରହାଣେ। କାରଣ ବିରାଟଙ୍କ ଅନୁପସ୍ଥିତିରେ ରହାଣେ ହଁ ଦାୟିତ୍ୱ ସମ୍ଭାଳନ୍ତି। ରହାଣେଙ୍କ ସବୁଠାର ବଡ ମୁକାବିଲା ହେବ କଙ୍ଗାରୁର ଅଫ ସ୍ପିନର ନାଥନା ଲାୟନଙ୍କ ମଧ୍ୟରେ। ଦୁହିଁଙ୍କ ମଧ୍ୟରେ ଏହି ମୁକାବିଲା ଗତ କିଛି ଦିନ ଧରି ଚାଲିଛି।
ଏଠି କହିରଖିବୁ, ଏଡିଲେଡ୍ରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ ୩୩ ରନ୍ରେ ଆଉଟ କରିବା ପରେ ୮ ୱିକେଟରେ ଜିତିଥିଲା।