ଏସିଆନ୍ ଗେମ୍‌ସରେ ଭାରତକୁ ମିଳିଲା ଆଉ ୩ ସ୍ୱର୍ଣ୍ଣ

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଆଜି ଭାରତକୁ ବକ୍ସିଂ ଓ ପୁରୁଷ ବ୍ରିଜ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୪୯ କେଜି ବର୍ଗରେ ଅମିତ୍ ପଙ୍ଘଲଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି।

ଅମିତ ଉଜ୍‌ବେକିସ୍ତାନର ୨୦୧୬ ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍‌ମାତୋଭ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ପୁରୁଷ ବ୍ରିଜ୍‌ରେ ମଧ୍ୟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ଦେଶ ପାଇଁ ଏହି ଗୌରବ ଆଣିଛନ୍ତି।

ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ମୋଟ ପଦକ ସଂଖ୍ୟା ୬୭ରେ ପହଞ୍ଚିଛି।

You might also like