ଏସିଆନ ଗେମ୍ସ ୨୦୧୮: ଏୟାର ରାଇଫଲ୍‌ରେ ଦୀପକ କୁମାରଙ୍କୁ ରୌପ୍ୟ

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ୧୦ ମିଟର୍ ଏୟାର ରାଇଫଲ୍‌ରେ ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ଦୀପକ କୁମାରଙ୍କ ରୌପ୍ୟ ପଦକକୁ ମିଶାଇ ଏ ପର୍ଯ୍ୟନ୍ତ ଭାରତକୁ ୩ଟି ପଦକ ମିଳିଛି।

ଗତକାଲି କୁସ୍ତିରେ ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ରେସ୍‌ଲର ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ଜିତିଥିଲେ। ଆଗରୁ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାର ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଏହି ଯୋଡ଼ି ୪୨୪.୧ ପଏଣ୍ଟ୍‌ ପାଇ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ।

You might also like