ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ

ସ୍ୱର୍ଣ୍ଣ ହାସଲ କଲେ ସୌରଭ ଚୌଧୁରୀ

ଜାକର୍ତ୍ତା: ଏସିଆନ ଗେମସ ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୧୬ ବର୍ଷୀୟ ସୁଟର ସୌରଭ ଚୌଧୁରୀ ଏହି ସଫଳତା ପାଇଛନ୍ତି।

ପ୍ରଥମ ଥର ପାଇଁ ସିନିୟର ଗ୍ରୁପରେ ପ୍ରତିନିଧିତ୍ୱ କରୁଥିବା ସୌରଭ ଫାଇନାଲରେ ୨୪୦. ୭ ପଏଣ୍ଟ ସ୍କୋର କରି ଏସିଆନ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏହି ଇଭେଣ୍ଟରେ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ୫୦ ମିଟର ରାଇଫଲ-ଥ୍ରୀ ପୋଜିସନ୍ରେ ସଞ୍ଜୀବ ରାଜପୁତ ରୌପ୍ୟ ପଦକ ଜିତିଛନ୍ତି। ସେପଟେ କୁସ୍ତିରେ ଭାରତକୁ ଆଉ ଏକ ପଦକ ମିଳିଛି। ମହିଳା ଫ୍ରିଷ୍ଟାଇଲ ୬୮ କିଲୋଗ୍ରାମ ବର୍ଗରେ ଚୀନ ପ୍ରତିପକ୍ଷଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଦିବ୍ୟା କରନ୍ ସିପକ ଟାକ୍ରରେ ଭାରତୀୟ ଦଳ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି।

You might also like