ଏସିଅାନ ଗେମ୍ସରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ
ପୁରୁଷ ସଟ୍ପୁଟ୍ରେ ତଜିନ୍ଦର୍ ପାଲ ସିଂ ରଚିଲେ ସ୍ୱର୍ଣ୍ଣିମ ଅଧ୍ୟାୟ
ଜାକର୍ତ୍ତା : ଏସିଅାନ୍ ଗେମ୍ସରେ ଭାରତକୁ ମିଳିଲା ଅାଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ସଟ୍ପୁଟ୍ରେ ଅାଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍ ସିଂ। ୨୦. ୭୫ ମିଟର ଦୂରକୁ ସଟ୍ପୁଟ୍ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି ।
ତଜିନ୍ଦର ସ୍ୱର୍ଣ୍ଣ ପଦକ ସହ ଏସିଅାନ୍ ଗେମ୍ସରେ ମଧ୍ୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହାକୁ ମିଶାଇ ଏସିଅାନ୍ ଗେମସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହ ୫ଟି ରୌପ୍ୟ ଓ ୧୭ ବ୍ରୋଞ୍ଜ୍ ସହ ମୋଟ ୨୯ ପଦକ ପାଇ ଭାରତ ଅଷ୍ଟମ ସ୍ଥାନରେ ରହିଛି।
ସେପଟେ ଏସିଅାନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ଓଡ଼ିଶାର ସ୍ପ୍ରିଣ୍ଟର ଦୂତି ଚାନ୍ଦ୍ ଅାଜି ସେମି ଫାଇନାଲରେ ପ୍ରବେଶ କରିଛନ୍ତି।