ଏସିଅାନ ଗେମ୍‌ସ ସୁଟିଂରେ ଭାରତକୁ ଅାଉ ଏକ ପଦକ

୧୫ ବର୍ଷୀୟ ସୁଟର ସାର୍ଦ୍ଦୁଲ ବିହାନଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା : ଏସିଅାନ ଗେମ୍‌ସର ପଞ୍ଚମ ଦିନରେ ଭାରତର ଦମଦାର ପ୍ରଦର୍ଶନ। ଅାଜି ପୁଣି ଚମକିଛନ୍ତି ସୁଟର । ପୁରୁଷ ବର୍ଗ ସୁଟିଂ ଡବଲ ଟ୍ରାପରେ ସୁଟର ସାର୍ଦ୍ଦୁଲ ବିହାନ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ୭୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ।

୧୫ ବର୍ଷୀୟ ସାର୍ଦ୍ଦୁଲ ବିହାନ ଏସିଅାନ ଗେମସ୍‌ର ସୁଟିଂ ବର୍ଗରେ ମେଡାଲ ହାସଲ କରିଥିବା ଦେଶର ତୃତୀୟ ଖେଳାଳିଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି । ଭାରତର ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ହାସଲ କରି ପଦକ ତାଲିକାର ଷଷ୍ଠ ସ୍ଥାନରେ ରହିଛି।

You might also like