ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗଲାଦେଶ

ଦୁବାଇ : ଅାଜି ଠାରୁ ଅାରମ୍ଭ ହୋଇଛି ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗଲାଦେଶ ।

ସମସ୍ତ ୱିକେଟ ହରାଇ ବାଙ୍ଗଲାଦେଶ ୧୭୩ ରନ୍ କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ୟଶ୍‌ପ୍ରୀତ ବୁମ୍‌ରା ୩ଟି ଲେଖାଏଁ  ଓ୍ୱିକେଟ୍ ନେଇଥିଲେ ।

ସେପଟେ ଦ୍ୱିତୀୟ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ପାକିସ୍ତାନ ଏବଂ ଅାଫଗାନିସ୍ତାନ । ସୁପର ଫୋର୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ସମସ୍ତଙ୍କ ବିରୋଧରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ। ସୁପର ଫୋର୍‌ର ପ୍ରଥମ ୨ଟି ଦଳ ଅାସନ୍ତା ୨୮ରେ ଫାଇନାଲ ଖେଳିବେ ।

ଅାଜିର ମ୍ୟାଚ ପରେ ଅାସନ୍ତା ୨୩ ତାରିଖରେ ପାକିସ୍ତାନ ଏବଂ ୨୫ ତାରିଖରେ ଅାଫଗାନିସ୍ତାନ ବିରୋଧରେ ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା।

You might also like