ଏସିଆ କପ୍‌: ୮ ୱିକେଟ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଦୁବାଇରେ ଖେଳାଯାଉଥିବା ଏସିଆ କପ୍‌ ଗ୍ରିପ୍‌ ‘ଏ’ର ଏକଦିବସୀୟ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ରେ ଭାରତ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୫୨ ରନ୍‌ କରିଛନ୍ତି।

ଗ୍ରୁପ୍‌ ‘ଏ’ର ଏହି ମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୪୩.୧ ଓଭର୍‌ ଖେଳି ମାତ୍ର ୧୬୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ବାବର୍‌ ଆଜମ ସର୍ବାଧିକ ୪୭ ଓ ସୋଏବ୍‌ ମଲ୍ଲିକ୍‌ ୪୩ ରନ୍‌ କରିଥିଲେ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ କେଦାର ଯାଦବ୍‌ ଉଭୟ ୩ ଲେଖାଏ ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ୍‌ ବୁମ୍ରା ୨ଟି ଓ କୁଲ୍‌ଦୀପ୍‌ ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ।।

୧୬୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ୨୯ ଓଭର୍‌ ଖେଳି ଦୁଇ ୱିକେଟ୍‌ ବିନିମୟରେ ଖୁବ୍‌ ସହଜରେ ଏହି ମ୍ୟାଚ୍‌କୁ ଜିତି ନେଇଥିଲା। ଦଳ ପକ୍ଷରୁ ରୋହିତ୍ ଶର୍ମା ସର୍ବାଧିକ ୫୨ ରନ୍‌ କରିଥିବା ବେଳେ ଶିଖର ଧାୱନ୍‌ ୪୬ ରନ୍‌ କରିଥିଲେ। ସେହିପରି  ଦିନେଶ କାର୍ତ୍ତିକ୍ ଓ ଅମ୍ବାତି ରାଇଡୁ ଉଭୟ ୩୧ ରନ୍‌ କରି ମ୍ୟାଚ୍‌ ଅପରାଜିତ ଥିଲେ।

You might also like