ମୁମ୍ବାଇ ଇଣ୍ଡିଆନ୍‌ସଠାରୁ ୪୦ ରନ୍‌ରେ ହାରିଲା ସନ୍‌ରାଇଜର୍ସ ହାଇଦ୍ରାବାଦ

ଡେବ୍ୟୁ ମ୍ୟାଚ୍‌ରେ ୬ ଓ୍ୱିକେଟ୍‌ ନେଇ ରେକର୍ଡ କଲେ ଏହି ଖେଳାଳି

ହାଇଦ୍ରାବାଦ: ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗତକାଲି ଖେଳାଯାଇଥିବା ଆଇପିଏଲ୍‌ରେ ମ୍ୟାଚ୍‌ରେ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ରେକର୍ଡକାରୀ ବୋଲିଂ କରିଛନ୍ତି ମୁମ୍ବାଇର ଆଲ୍‌ଜାରୀ ଜୋସେଫ୍। ସେ ତାଙ୍କ ଡେବ୍ୟୁ ମ୍ୟାଚରେ ୬ ଓ୍ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ମୁମ୍ବାଇଠାରୁ ୪୦ ରନ୍‌ରେ ପରାସ୍ତ ହୋଇଛି। ମ୍ୟାଚ୍‌ରେ ହାଇଦ୍ରାବାଦ ୧୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇର ଦମ୍‌ଦାର ବୋଲିଂକୁ ସାମ୍ନା ନ କରିପାରି ମାତ୍ର ୯୬ ରନ୍‌ କରି ଅଲ୍ ଆଉଟ୍ ହୋଇଯାଇଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍‌ସ ୧୩୬ରନ୍ କରିଥିଲା। ଦଳ ପକ୍ଷରୁ କିଏରନ୍‌ ପୋଲାର୍ଡ ସର୍ବାଧିକ ୨୬ ବଲ୍‌ରେ ୪୬ ରନ୍ କରିଥିଲେ। ୧୩୭ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ମାତ୍ର ୯୬ ରନ୍‌ରେ ଅଲ୍ଆଉଟ ହୋଇଯାଇଥିଲା। ମ୍ୟାଚ୍‌ରେ ଅଲ୍‌ଜାରୀ ଜୋସେଫ୍‌ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି।

ସେହିପରି ଗତକାଲିର ପ୍ରଥମ ମ୍ୟାଚରେ କିଙ୍ଗ୍‌ସ ଇଲେଭେନ୍‌ ପଂଜାବକୁ ୨୨ରନ୍‌ରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍‌ସ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗ୍‌ସ ୧୬୦ ରନ୍ କରିଥିଲା। ଦଳ ପକ୍ଷରୁ ଡୁପ୍ଲେସିସ୍ ୫୪ ରନ୍ କରିଥିବାବେଳେ, ଧୋନି ସର୍ବାଧିକ ୩୭ରନ୍ କରିଥିଲେ। ୧୬୧ ରନ୍‌ରେ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଂଜାବ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ତେବେ ପରେ ବ୍ୟାଟିଂ ଧିମା ସହ ଜିତିବା ମ୍ୟାଚ୍‌କୁ ହାତଛଡ଼ା କରି ୧୩୮ରନ୍‌ରେ ଦଳ ସିମିତ ରହିଥିଲା।

ଆହୁରି ପଢ଼ନ୍ତୁ

ଓଡ଼ିଆ ଯୁବକ ହେଲେ ଆଇରନ୍‌ ମ୍ୟାନ୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତର ସ୍ୱର୍ଣ୍ଣିମ ଇତିହାସ

ଭାରତୀୟ ସେନା ସହ ଜମ୍ମୁ-କାଶ୍ମୀରରେ ଟ୍ରେନିଂ ନେବେ ଧୋନି

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍‌ର ଆଜି ଫାଇନାଲ ମ୍ୟାଚ୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପ: ପୁରୁଷ ଡବଲ୍ସ ସେମିରେ ଭାରତର ଦୁଇ ଯୋଡ଼ି

୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ମହିଳା ସିଙ୍ଗଲ୍ସ ସେମିରେ ଭାରତର ୩ ଖେଳାଳି

ଭୁଲ୍‌ ମାନିଲେ ଧର୍ମସେନା

ୱେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ କ୍ରିକେଟ୍ ଦଳ ଘୋଷଣା

ଭାରତ-ୱେଷ୍ଟଇଣ୍ଡିଜ୍‌ ସିରିଜ୍‌: ଟିମ୍‌ ଇଣ୍ଡିଆ ଖେଳାଳି ଘୋଷଣା

୪ ବର୍ଷ ପରେ ଆଉଟ୍ ହୋଇ ଇତିହାସ ରଚିଲେ ଏହି ମହିଳା କ୍ରିକେଟର୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତ ଚାମ୍ପିଅନ୍: ପୁରୁଷ ଓ ମହିଳାରେ ସ୍ୱର୍ଣ୍ଣ ଜିତିଲା

ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍‌ ଗିରଫ

You might also like