୧୧ରୁ କଳିଙ୍ଗ ଷ୍ଟାଡିୟମରେ ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଆସନ୍ତା ୧୧ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ। ଟେନିସ ଫର୍‌ ଫେଣ୍ଟ୍ରସିପ୍ ଆଣ୍ଡ ଫନ୍ ସ୍ଲୋଗାନରେ ୮ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ।

ସାରା ଓଡ଼ିଶାରୁ  ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ୨ଲକ୍ଷ ଟଙ୍କା ରହିଛି। ୧୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେବ।

ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଏ.ସି.ଇ ଟେନିସ କ୍ଲବ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

 

You might also like