ରେସିଂ ଟ୍ରାକ୍‌ରୁ ଉଠି ଆକାଶରେ ଉଡ଼ିଲା କାର୍‌

ଇଟାଲି: ଚାଲିଥିଲା କାର ରେସିଂ। କାର ଧାଉଁଥିଲା ଦ୍ରୁତ ଗତିରେ। ହଠାତ୍‌ କ୍ରାଶ ହେଲା କାର। ଟ୍ରାକ୍‌ରୁ ଉଠି ଉଡ଼ିଲା ଆକାଶରେ।   ହେଲେ ଅଳ୍ପକେ ବର୍ତ୍ତିଗଲେ ରେସର। ଏପରି ଏକ ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ଇଟାଲିରେ।

ଇଟାଲିରେ ଚାଲିଥିଲା ଫର୍ମୁଲା ୩ ରେସ।  ରେସିଂ ଟ୍ରାକରେ ଟର୍ଣ୍ଣିଂ ବେଳେ କାର ସାମାନ୍ୟ ଭାରସାମ୍ୟ ହରାଇଥିଲା । ଚାହୁଁଚାହୁଁ ବହୁ ଉଚ୍ଚକୁ କାର ଉଠି ଯାଇ ବାଉଣ୍ଡରି କରାଯାଇଥିବା ତାର ଜାଲିରେ ମାଡ ହୋଇଥିଲା। ଦୁର୍ଘଟଣାର ଭୟାବହତା ଦେଖି  ସ୍ତବ୍ଧ ହୋଇଯାଇଥିଲେ ଉପସ୍ଥିତ ଦର୍ଶକ।

ତେବେ ଦୁର୍ଘଟଣାରେ କାହାର ବିଶେଷ କିଛି କ୍ଷତି ହୋଇନାହିଁ। ଏଥିରେ ଥିବା ରେସର ଆଲେକ୍‌ଜାଣ୍ଡାର ପେରୋନି ସୌଭାଗ୍ୟବଶତଃ  ରକ୍ଷା ପାଇଯାଇଛନ୍ତି। ତେବେ ସେ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

You might also like