ଅଜନାଲ୍ ଶାହା କପ୍ ପାଇଁ ଭାରତୀୟ ଦଳରେ ୪ଜଣ ଓଡ଼ିଆ

ଭୁବନେଶ୍ୱର/ ନୂଆଦିଲ୍ଲୀ : ଓଡ଼ିଶାର ୪ଜଣ ହକି ଖେଳାଳି -ଦିପସାନ୍ ତିର୍କୀ , ଅମିତ୍ ରୋହିଦାସ୍ , ନିଲମ୍ ସଂଜୀପ୍ ଜେସ୍ ଓ ଶିଲାନନ୍ଦ ଲାର୍କାଙ୍କୁ ଆସନ୍ତା ୨୭ତମ ଜନାଲ୍ ଶାହା କପ୍ ପାଇଁ ଚୟନ କରାଯାଇଛି ।  ଏହି କପ୍ ମାର୍ଚ୍ଚ ୩ରୁ  ମାଲେସିଆରେ ଆରମ୍ଭ ହେବାକୁ ଯାଉଛି ।

ବିରେନ୍ଦ୍ର ଲାର୍କା ଏକ ମାତ୍ର ଖେଳାଳି ଭାବେ ,ଗତ ମାସରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଫୋର୍ ନେସନ୍ସ ଇନଭିଟେସନାଲ୍ ଟୁର୍ଣ୍ଣାମେଣ୍ଟ  ପାଇଁ ଚୟନ ହୋଇଥିଲେ । ସର୍ଦ୍ଦାର ସିଂ ପୁର୍ନବାର ଦଳର ନେତୃତ୍ୱ ନେବେ । ଅଧିନାୟକ ମନପ୍ରୀତି ସିଂଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ରାମ ଦିଆଯାଇଛି । ଉପ-ଅଧିନାୟକର ଭାର ସମ୍ଭାଳିବେ ରମଣଦୀପ୍ ସିଂ । ଆଜି ହକି ଇଣ୍ଡିଆ ଖେଳାଳିମାନଙ୍କ ତାଲିକା ଘୋଷଣା କରିଛି ।

ଟପ୍ ରାଙ୍କ୍‌ରେ ଥିବା ଅଷ୍ଟ୍ରେଲିଆ , ବିଶ୍ୱର ନଂ୨ ଆର୍ଜେଣ୍ଟିନା , ଇଂଲଣ୍ଡ , ଭାରତ , ଆୟରଲାଣ୍ଡ ଓ ଆୟୋଜକ ମାଲେସିଆ  ଆଦି ଦେଶର ଖେଳାଳିମାନେ ଏକ ସପ୍ତାହ ଧରି ଦେଖେଇବେ ସେମାନଙ୍କର କରିସ୍ମା । ଆଉ ଏହି ଟୁର୍ଣ୍ଣାମେଣ୍ଟଟି ମାର୍ଚ୍ଚ ୧୦ରେ ସରିବ ।

ଅଜନାଲ୍ ଶାହା କପ୍୨୦୧୮ ହେଉଛି ଏହି ବର୍ଷର ପ୍ରଥମ ଆନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ , ଯେଉଁଥିରେ ଓଡ଼ିଶାର ଏକ ପ୍ରମୂଖ ଟିମ୍ ପାର୍ଟମର ଭାବେ ସାଜିଛି ହକି ଇଣ୍ଡିଆର ।  ୫ବର୍ଷ ପାଇଁ ୧୫୦ କୋଟିର ଏକ ଡିଲ୍ ସ୍ୱାକ୍ଷର ପରେ ଓଡ଼ିଶା ନ୍ୟାସନାଲ୍ ଟିମ୍ ସ୍ପୋନସର୍ କରିବ ।

ଖେଳାଳିଙ୍କ ସୂଚୀ –

ଗୋଲ୍ କିପର – ସୁରଜ୍ କରକେରା , କ୍ରିଷ୍ଣା ବି ପାଠକ୍

ଡିଫେଣ୍ଡର – ଅମିତ୍ ରୋହିଦାସ୍ , ଦିପସାନ ତିର୍କୀ , ନିଲମ୍ ସଂଜୀପ୍ ଏକ୍ସେସ୍ , ସୁରେନ୍ଦ୍ର କୁମାର , ବରୁଣ କୁମାର, ମନଦୀପ୍ ମୋର୍

ମିଡଫିଲଡର – ନିଳକାନ୍ତ ଶର୍ମା , ସର୍ଦ୍ଦାର ସିଂ ( ଅଧିନାୟକ), ଏସ୍ କେ ଉଥାପା , ସୁମିତ୍ , ସିମରନଜିତ୍ ସିଂ

ଫରୱାର୍ଡ – ରମନଦୀପ୍ ସିଂ ( ଉପ- ଅଧିନାୟକ) , ସୁମିତ୍ କୁମାର(ଜୁନିୟର), ଶୈଳାନନ୍ଦ ଲାର୍କା, ଗୁରଜନ୍ତ ସିଂ, ତଲୱିନ୍ଦର ସିଂ