ସିଡ୍ନୀ ଟେଷ୍ଟ ପାଇଁ ଇଣ୍ଡିଆ ଟିମ୍ ଘୋଷଣା: ସୈନ୍ୟ କରିବେ ଡେବ୍ୟୁ
ନୂଆଦିଲ୍ଲୀ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ୭ ତାରିଖ ଅଷ୍ଟ୍ରେଲିଆର ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଦୁଇଠି ପରିବର୍ତ୍ତନ ହୋଇଛି। ଟିମ୍ରେ ରୋହିତ ଶର୍ମା ଉପ ଅଧିନାୟକ ଭାବେ ସାମିଲ୍ ହୋଇଥିବା ବେଳେ ଯୁବ ବୋଲର ନବଦୀପ ସୈନ୍ୟ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ।
ତେବେ ଦୁଇଟି ମ୍ୟାଚ୍ରେ ଲଗାତର ଖରାପ ପ୍ରଦର୍ଶନ ଯୋଗୁ ମୟଙ୍କ ଅଗ୍ରୱାଲଙ୍କୁ ଏହି ମ୍ୟାଚ୍ରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଉପଅଧିନାୟକ ଭାବେ ଟିମ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି ରୋହିତ ଶର୍ମା। ଚୂଡ଼ାନ୍ତ ଏକଦଶରେ ସ୍ଥାନ ପାଇଥିବା ରୋହିତ ଶୁଭବମନ ଗିଲଙ୍କ ସହିତ ଓପନିଂ କରିବେ। ସେହିପରି ଯୁବ ଦ୍ରୁତ ବୋଲର ନବଦୀପ ସୈନୀ ସିଡନୀରେ ଡେବ୍ୟୁ କରିବେ। ଉମେଶ ଯାଦବ ଆହତ ହୋଇଥିବା କାରଣରୁ ତାଙ୍କ ସ୍ଥାନରେ ସୈନୀଙ୍କୁ ସାମିଲ୍ କରାଯାଇଛି।
NEWS – #TeamIndia announce Playing XI for the 3rd Test against Australia at the SCG.
Navdeep Saini is all set to make his debut.#AUSvIND pic.twitter.com/lCZNGda8UD
— BCCI (@BCCI) January 6, 2021
ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ମଙ୍ଗଳବାର ସିଡ୍ନିରେ ନେଟ୍ ଅଭ୍ୟାସ କରିଥିଲା। ଏହି ଅଭ୍ୟାସ ସମୟରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଠାରେ ଥିଲା। କିନ୍ତୁ ସ୍ପିନ୍ ଓ ଦ୍ରୁତ ବୋଲରଙ୍କ ବିରୋଧରେ ରୋହିତ୍ ଖୁବ୍ ସୁନ୍ଦର ଭାବେ ଅଭ୍ୟାସ କରୁଥିବାର ଦେଖାଯାଇଥିଲା। ଫଳରେ ରୋହିତ ଓପନିଂ ବ୍ୟାଟିଂ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଅଧିନାୟକ ଅଜିଂକ୍ୟା ରାହାଣେ।
ମୟଙ୍କ ଅଗ୍ରୱାଲ୍ ଗତ ୮ ପାଳି ଖେଳି ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ। ୭ଟି ପାଳିରେ ବଡ଼ ସ୍କୋର୍ କରିବାରେ ସକ୍ଷମ ହୋଇପାରିନଥିଲେ ମୟଙ୍କ। ଫଳରେ ତାଙ୍କ ସ୍ଥାନରେ ରୋହିତଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ ଟିମ୍ ଚୟନକର୍ତ୍ତା। ଅନ୍ୟପଟେ ଉମେଶଙ୍କ ସ୍ଥାନରେ ସ୍ତାନ ପାଇଥିବା ନବଦୀପ ସୈନୀ ସିଡ୍ନୀ କ୍ରିକେଟ୍ ପଡ଼ିଆରେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବେ। ସୈନୀ ଦ୍ରୁତ ବୋଲିଂ କରିବା ସହିତ ପୁରୁଣା ବଲ୍ରେ ରିଜର୍ଭ ସୁଇଂ କରିବାରେ ବେଶ୍ ପାରଙ୍ଗମ।
ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ଥିବା ଖେଳାଳିମାନେ ହେଲେ- ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟେ ରାହାଣେ (ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ନବଦୀପ ସୈନୀ