ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍: ମ୍ୟାଚ୍ ହାରିବା ପରେ ଫାଇନ୍ ଦେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ପୁଣି ସ୍ଲୋ ଓଭର ରେଟ୍ ବୋଲିଂ ପାଇଁ ଫାଇନ୍ ଦେବ ଟିମ୍ ଇଣ୍ଡିଆ। ଗତକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ମ୍ୟାଚ୍ରେ ଏହି ଭୁଲ୍କୁ ପୁଣିଥରେ ଦୋହରାଇଛି ଦଳ। ଏଥିପାଇଁ ଇଣ୍ଡିଆ ଉପରେ ମ୍ୟାଚ୍ ଫିର ୨୦ ପ୍ରତିଶତ ଫାଇନ୍ ଲଗାଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍ ବା ଆଇସିସି।
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଶେଷ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ ସମୟରେ ଓଭର ପୂରଣ କରିପାରିନଥିଲେ। ଏଥିପାଇଁ ଇଣ୍ଡିଆ ଟିମ୍ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି ଆଇସିସି।
ଏନେଇ ସୂଚନା ଦେଇ ଆଇସିସି କହିଛି ଯେ ବିରାଟ କୋହଲି ଏଥିପାଇଁ ଦୋଷ ସ୍ୱୀକାର କରିନେଇ ଦଣ୍ଡବିଧାନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଔପଚାରିକ ଭାବରେ ନିଷ୍ପତ୍ତି ଶୁଣାଇବା ବାକି ରହିଛି।
ତେବେ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦୁଇ ଥର ନିର୍ଦ୍ଧାରିତ ସମୟରେ ଓଭର ପୂରଣ କରିପାରିନାହିଁ। ଏହା ପୂର୍ବରୁ ସିଡ୍ନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ନିର୍ଦ୍ଧାରିତ ସମୟରେ ଓଭର ସାରିପାରିନଥିଲା। ଫଳରେ ଦଳ ବିରୋଧରେ ସ୍ଲୋ ଓଭର ରେଟିଂ ଅଭିଯୋଗ ଆସିଥିଲା।