ଅନ୍ତିମ ଟି-୨୦ ମ୍ୟାଚ୍‌ରେ ହାରିଲା ଭାରତ

ଏହି ମ୍ୟାଚ୍ ସହ ଟି-୨୦ ସିରିଜ୍ ହାରିଲା ଭାରତ

ହାମିଲ୍‌ଟନ୍‌ : ଶେଷ ବଲ୍ ପର୍ଯ୍ୟନ୍ତ ସଂଘର୍ଷ ସତ୍ତ୍ୱେ ରୋମାଞ୍ଚକର ହାମିଲଟନ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପରାସ୍ତ। ଏହି ମ୍ୟାଚ୍‌ରେ ୪ ରନ୍‌ରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ।

ଏହା ସହିତ କିଓ୍ୱି ଟିମ୍ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ମଧ୍ୟ ଜିତି ନେଇଛି। ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଓ୍ୱିକେଟ୍‌ ହରାଇ କରିଥିଲା ୨୧୨ ରନ୍।

୨୧୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ ଆରମ୍ଭ କରିଥିଲା ଧୂଆଁଧାର ବ୍ୟାଟିଂ।  ମିଡିଲ ଅର୍ଡରରେ ଅଳ୍ପ ବ୍ୟବଧାନରେ ଏକାଧିକ ବ୍ୟାଟ୍ସମ୍ୟାନ ଆଉଟ୍‌ ହେବାରୁ ଦଳ ସଂକଟରେ ପଡ଼ିଥିଲା। ଶେଷ ଆଡ଼କୁ କ୍ରୁନାଲ ପାଣ୍ଡ୍ୟା-ଦିନେଶ କାର୍ତ୍ତିକ ଯୋଡ଼ି ଧୂଆଁଧାର ବ୍ୟାଟିଂ କରିଥିଲେ ବି ଟିମ୍‌କୁ ଜିତାଇପାରିନଥିଲେ।  ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୬ ଓ୍ୱିକେଟ୍‌ ହରାଇ ୨୦୮ ରନ୍ ହିଁ କରିପାରିଥିଲା।

ଆହୁରି ପଢ଼ନ୍ତୁ

ଆଶେସ ଟେଷ୍ଟ : ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେଲେ ଷ୍ଟୋକ୍ସ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପି.ଭି. ସିନ୍ଧୁଙ୍କୁ ସ୍ୱର୍ଣ୍ଣ

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌: ଭାରତର ପ୍ରମୋଦ-ମନୋଜ ଯୋଡ଼ିଙ୍କୁ ସ୍ୱର୍ଣ୍ଣ

ଇତିହାସ ରଚିଲେ ପି.ଭି ସିନ୍ଧୁ

ଜେଟ୍‌ଲୀଙ୍କୁ ହରାଇ ଶୋକରେ କ୍ରୀଡ଼ା ଜଗତ

ରେକର୍ଡ କଲେ ବୁମ୍ରା; ସମସ୍ତଙ୍କୁ ପଛରେ ପକାଇଦେଲେ

ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର ଧୋନି; ବଂଶୀ ବଜାଇଲେ

ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ !

ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବପର୍ଯ୍ୟୟ

ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ୍ !

ସିନ୍ଧୁ ବିଜୟଧାରା ଜାରି; ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡରେ ସିନ୍ଧୁ

ପୁରୁଷ ପରେ ମହିଳା ହକି ଟିମ୍‌ ବି ଜିତିଲା ଟାଇଟଲ୍‌

You might also like