ଭାରତ-ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ; ପରାଜୟ ଦ୍ୱାରରେ ଟିମ୍ ଇଣ୍ଡିଆ

ପର୍ଥ  : ପର୍ଥ ଟେଷ୍ଟରେ ୨୮୭ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ। ଅଷ୍ଟ୍ରେଲିଆ ଦେଇଥିବା ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦଳ ଚତୁର୍ଥ ଦିନ ଖେଳ ସୁଦ୍ଧା ୫ ଓ୍ୱିକେଟ ହରାଇ ୧୧୨ ରନ କରିଛି।

ଆଜି ପୁଣି ଥରେ ଭାରତୀୟ ବ୍ୟାଟ୍‌ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ଆହୁରି ୧୭୫ରନ ସଂଗ୍ରହ କରିବାକୁ ପଡିବ। ଦୁଇ ଯୁବ ବ୍ୟାଟ୍‌ସମ୍ୟାନ ହନୁମା ବିହାରୀ ଓ ଋଷଭ ପନ୍ଥ ଅପରାଜିତ ଅଛନ୍ତି।

ସେପଟେ ଆଜି ଚତୁର୍ଥ ଦିନରେ ଅଷ୍ଟ୍ରେଲିଆକୁ ୨୪୩ରନରେ ଅଲଆଉଟ କରିଥିଲା ଟିମ୍ ଇଣ୍ଡିଆ। ଫଳରେ ପ୍ରଥମ ଇଂନିସରେ ୫୩ରନର ଅଗ୍ରଣୀ ହାସଲ କରିଥିବା ଅଷ୍ଟ୍ରେଲିଆ ୨୮୭ରନର ବିଜୟ ଲକ୍ଷ୍ୟ ରଖିଛି। ଭାରତ ପକ୍ଷରୁ ମହମ୍ମଦ ସାମି ୬ଟି ଓ ଜସପ୍ରିତ୍ ବୁମରାହ୍ ୩ଟି ଓ୍ୱିକେଟ ହାସଲ କରିଥିଲେ।

You might also like