ବସ୍‌ ଓଲଟିପଡ଼ିବାରୁ ସେଥିରେ ଥିବା ୨୦ ଜୁଡୋ ଖେଳାଳି ଆହତ

ଇମ୍ଫାଲ: ଦୁର୍ଘଟଣାରେ ଓଡ଼ିଆ ଜୁଡୋ ଖେଳାଳି ଆହତ। ମଣିପୁର ଇମ୍ଫାଲରେ ଏକ ବସ୍ ଓଲଟି ୨୦ ଜୁଡୋ ଖେଳାଳି ଆହତ ହୋଇଛନ୍ତି।  ଏହି ବସ୍‌ରେ କୋଚ, ମ୍ୟାନେଜର ଓ ଖେଳାଳିଙ୍କ ସହ ମୋଟ ୨୮ ଜଣ ଥିଲେ। ଇମ୍ଫାଲରୁ ଦିମାପୁର ବସ୍  ଫେରିବା ବାଟରେ କୌଣସି କାରଣରୁ ବସ୍‌ଟି ଓଲଟି ପଡ଼ିଥିଲା।

ଆହତ ହୋଇଥିବା ଖେଳାଳିମାନେ ଗତ ୧୪ ତାରିଖରୁ ଜାତୀୟ ସବ୍ ଜୁନିୟର ଓ କ୍ୟାଡେଟ ଜୁଡୋ ଚାମ୍ପିୟନସିପରେ ଭାଗ ନେଇଥିଲେ। ଏହି ଚାମ୍ପିୟନସିପ ଗତ ୧୯ତାରିଖରେ ସରିଛି।

ଚାମ୍ପିୟନସିପୁର ଅଂଶ ଗ୍ରହଣ କରିଥିଲେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଜୁଡ଼ୋ ଖେଳାଳି। ଇମ୍ଫାଲରେ ଆହତଙ୍କୁ ଚିକିତ୍ସା ପରେ ଟ୍ରେନ୍ ଯୋଗେ ସେମାନେ ଭୁବନେଶ୍ୱର ଫେରୁଥିବା ସୂଚନା ମିଳିଛି।

You might also like