ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପ: ପୁରୁଷ ଡବଲ୍ସ ସେମିରେ ଭାରତର ଦୁଇ ଯୋଡ଼ି

କଟକ: ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପର ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍‌ରେ ଶରତ କମଲ-ଜି.ସାଥିଆନ୍‌ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍‌ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍‌ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍‌ ଚାମ୍ବର୍ସଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ସେମି ଫାଇନାଲ୍‌ରେ ସିଙ୍ଗାପୁରର କୋଏନ୍‌ ପାଙ୍ଗ-ସାଓ ହାନ୍‌ ଜୋସ୍‌ ଏବ˚ ଇ˚ଲଣ୍ତର ସାମୁଏଲ୍‌ ଵାକର-ଥୋମାସ ଜାର୍ଭିସ୍‌ଙ୍କ ଯୋଡି ଭାରତୀୟ ଯୋଡିଙ୍କ ସହ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୋମବାର ଉଭୟ ସିଙ୍ଗଲ୍ସ, ଡବଲ୍ସର ସେମିଫାଇନାଲ୍ ଓ ଫାଇନାଲ୍ ଅନୁଷ୍ଠିତ ହେବ।

You might also like