ପୁଣେରେ ମାଟି କାମୁଡ଼ିଲା ଇଂଲଣ୍ଡ: ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ

ପୁଣେ: ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ। ପୁଣେରେ ଖେଳାଯାଇଥିବା ଏହି ମ୍ୟାଚକୁ ୬୬ ରନରେ ଜିତି ନେଇଛି ବିରାଟ ବାହିନୀ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ୍ ହରାଇ କରିଥିଲା। ୩୧୭ ରନ୍ ଶିଖର ଧାଓ୍ୱନ ୧୦୬ ବଲ ଖେଳି ୯୮ ରନ କରିଥିବା ବେଳେ ମାତ୍ର ଦୁଇ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।

ସେହିଭଳି କୋହଲି, କେଏଲ ରାହୁଲ ଓ କୁନାଲ ପାଣ୍ଡ୍ୟା ଅର୍ଦ୍ଧଶତକ କରିଥିଲେ। ଏପଟେ ଇଂଲଣ୍ଡ ୪୨. ୧ ଓଭରରେ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ସର୍ବାଧିକ ୯୪ ରନ କରିଥିଲେ।  ଭାରତ ପକ୍ଷରୁ ପ୍ରସିଦ୍ଧ କିଷ୍ଣା ୪ଟି ଓ ସାର୍ଦ୍ଦୁଳ ଠାକରୁ ୩ଟି ଓ୍ୱିକେଟ୍ ନେଇଥିଲେ। ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ସିରିଜ ଆଗୁଆ ହୋଇଛି।

You might also like