ଶବ କାହିଁକି ପାଣିରେ ଭାସେ, ଜାଣନ୍ତୁ…

ସମ୍ପ୍ରତି ସମସ୍ତେ ନିଶ୍ଚିତ ଭାବରେ ପଢିଥିବେ ଯେ ବିହାର ଓ ଉତ୍ତରପ୍ରଦେଶରେ ଅନେକ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନେକ ଚିନ୍ତା ଖେଳି ଯାଇଥିଲା। ସମସ୍ତେ ଭାବିବାକୁ ଲାଗିଲେ ଯେ ଏସବୁ ଶବ କ’ଣ କରୋନା ପୀଡିତ। ଏହା ନିଶ୍ଚିତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଯେ ଜୀଅନ୍ତା ମଣିଷ ଯେତେବେଳେ ପାଣିରେ ବୁଡିଯାଉଛି ସେତେବେଳେ ମୃତ ଶରୀର ଭାସୁଛି କିପରି।

ଆପଣ ନିଶ୍ଚିତ ଦେଖିଥିବେ ଯେ ଯଦି ଜଣେ ପହଁରା ନ ଜାଣିଥିବା ବ୍ୟକ୍ତି ପାଣିରେ ଗଳିପଡେ ତେବେ ବହୁ ଚେଷ୍ଟା ପରେ ବି ସେ ନିଜକୁ ବଞ୍ଚେଇ ପାରେନି। କିନ୍ତୁ ଏକ ଶବ ବିନା କୌଣସି ପ୍ରୟାସରେ ପାଣିରେ ଭାସୁଛି କିପରି!

ବାସ୍ତବରେ, ଏକ ବସ୍ତୁ ପାଣିରେ ଭାସିବା ଏହାର ଘନତ୍ଵ ଓ ସେହି ବସ୍ତୁ ଦ୍ୱାରା ଅପସାରିତ ଜଳ ଉପରେ ନିର୍ଭର କରେ। ଯେଉଁ ଜିନିଷର ଅଧିକ ଘନତ୍ଵ ଅଛି, ତାହା ପାଣିରେ ବୁଡିଯାଏ। ଜୀବିତ ମଣିଷ ଯେତେବେଳେ ବୁଡ଼ିଯାଏ ସେତେବେଳେ ମନୁଷ୍ୟର ଶରୀରର ଘନତ୍ଵ ଜଳର ଘନତ୍ଵଠାରୁ ଅଧିକ ହୋଇଥାଏ। ମଣିଷ ପାଣିରେ ବୁଡ଼ିଯିବା ସମୟରେ ତା’ର ଫୁସଫୁସରେ ଅନେକ ଜଳ ଭରିଯାଏ। ଏହି କାରଣରୁ ତା’ର ମୃତ୍ୟୁ ହୋଇଥାଏ।

Source : Dapper Cadaver

ଏଠାରେ ଧ୍ୟାନ ଦେବା ଉଚିତ ଯେ ବ୍ୟକ୍ତି ମରିବା ମାତ୍ରେ ତା ଶରୀର ହଠାତ ପାଣି ଉପରକୁ ଆସିବା ଆରମ୍ଭ କରେ ନାହିଁ। କିନ୍ତୁ ଯେତେ ଦୂର ସମ୍ଭବ ସେତେ ତଳକୁ ଯାଇଥାଏ।

ବୈଜ୍ଞାନିକ ଆର୍କିମିଡିସଙ୍କ ସିଦ୍ଧାନ୍ତ ଅନୁଯାୟୀ, ଏକ ବସ୍ତୁ ସେତେବେଳେ ପାଣିରେ ବୁଡ଼ିଯାଏ ଯେତେବେଳେ ଏହାର ଓଜନର ସମାନ ପାଣି ବାହାର କରିବାରେ ଅସମର୍ଥ ହୁଏ। ଯଦି ସେହି ବସ୍ତୁ ଦ୍ୱାରା ଅପସାରିତ ଜଳର ଓଜନ କମ୍ ହୁଏ ତେବେ ସେ ବସ୍ତୁ ପାଣିରେ ଭାସେ।

ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ତା’ ଭିତରେ ଗ୍ୟାସ୍ ଉତ୍ପନ୍ନ ହେତୁ ସେ ଶରୀର ପାଣିରେ ଫୁଲିବାକୁ ଲାଗେ। ଫୁଲିବା କାରଣରୁ ଶରୀରର ଆୟତନ ବଢିଯାଏ। ଏହି କାରଣରୁ ଶରୀରର ଘନତ୍ଵ କମିଯାଏ। ଫଳରେ ମୃତ ଶରୀର ପାଣିରେ ଭାସିବାକୁ ଲାଗେ।

ଯେତେବେଳେ ବ୍ୟକ୍ତି ମରିଯାଏ, ଶରୀରର ପ୍ରତିରକ୍ଷା ପ୍ରଣାଳୀ କାମ ବନ୍ଦ କରିଦିଏ। ଫଳରେ ଶରୀର ନଷ୍ଟ ହେବାକୁ ଲାଗେ। ମୃତ ଶରୀରରେ ଥିବା ଜୀବାଣୁ ଏହାର କୋଷ ଓ ଟିସୁକଯ କ୍ଷୟ କରନ୍ତି। ଜୀବାଣୁ କାରଣରୁ ଶରୀର ଭିତରେ ଥିବା ବିଭିନ୍ନ ଗ୍ୟାସ ଯଥା ମିଥେନ, ଆମୋନିଆ, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋଜେନ ଇତ୍ୟାଦି ଶରୀରରେ ସୃଷ୍ଟି ହୋଇ ବାହାରକୁ ବାହାରେ। ସେତେବେଳେ ଶବ ପାଣିରେ ପହଁରିବା ଆରମ୍ଭ କରେ।

ସାଧାରଣତ ଆମେ ଅନେକ ଜିନିଷ ପାଣିରେ ଭାସୁଥିବା ଦେଖୁ। କାଠ, କାଗଜ, ପତ୍ର, ବରଫ ଆଦି ପାଣିରେ ବୁଡ଼ି ନ ଥାଏ। ଏଠାରେ ସାଧାରଣ ନିୟମ ହେଉଛି ଭାରୀ ଜିନିଷ ପାଣିରେ ବୁଡ଼ିଯାଏ, କିନ୍ତୁ ହାଲୁକା ଜିନିଷ ପାଣିରେ ଭାସିଥାଏ।

You might also like