ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର ବିକ୍ରମ, କୌଣସି ଅଂଶ ଭାଙ୍ଗିନି : ଇସ୍ରୋ

ବେଙ୍ଗାଲୁରୁ :  ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି । ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। ତେବେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଗୋଟିଏ ପଟେ ଢଳିକି ରହିଛି। ଏହାର ଆଣ୍ଟିନା ପୃଥ୍ୱୀ କିମ୍ବା ଅର୍ବିଟର୍ ପଟକୁ ରହିଥିଲେ ହିଁ ଅଧିକ ସୂଚନା ମିଳିପାରିବ। ଯଦି ଏପରି ହୁଏ ତେବେ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇପାରିବ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ ଜି. ମାଧବନ ନାୟାର ଆଜି  ସୂଚନା ଦେଇଛନ୍ତି।

ଗତ ୭ ତାରିଖ ରାତିରେ ଚନ୍ଦ୍ରପୃଷ୍ଠ ମାତ୍ର ୨ ଦଶମିକ ୧ କିଲୋମିଟର୍ ପୂର୍ବରୁ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେବେଠୁ ଏହାସହ ଯୋଗାଯୋଗ ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ବିକ୍ରମର ଥର୍ମାଲ ଇମେଜ୍ ପଠାଇଥିଲା ଅର୍ବିଟର୍।

ଆହୁରି ପଢ଼ନ୍ତୁ

ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

You might also like